ପ୍ରଥମ ଥର ପାଇଁ ମଣିଷର ରୋଗ ପ୍ରତିରୋଧକ ଶକ୍ତି ଏଚଆଇଭିକୁ ହରାଇଲା

Published By : Prameya-News7 Bureau | September 01, 2020 IST

ନୂଆଦିଲ୍ଲୀ ୦୧/୦୯ : ପ୍ରଥମ ଥର ପାଇଁ ଏଚଆଇଭି ବିନା ଚିକିତ୍ସାରେ ଠିକ୍ ହୋଇଛି। ମଣିଷ ଶରୀରର ଇମ୍ୟୁନିଟି ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି ଏହି ମାରାତ୍ମକ ଭାଇରସକୁ ପୂରା ଠିକ୍ କରିଛି। ଏଚଆଇଭିର ଚିିତ୍ସା ସମ୍ଭବପର ନ ଥିବା ବେଳେ ଏ ଘଟଣା ପୃଥିବୀର ସମସ୍ତ ବୈଜ୍ଞାନିକ ଓ ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହି ରୋଗ ଯାହାକୁ ଥରେ ହୁଏ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସାରା ଜୀବନ ଔଷଧ ଖାଇବାକୁ ପଡେ।


ଏହା ପୂର୍ବରୁ ମଣିଷ ଶରୀରରେ ଦୁଇଥର ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରାଯିବାରୁ ଏଚଆଇଭି ଭାଇରସ୍ ଶରୀରରେ ତୀବ୍ର ଭାବେ କମ୍ ହୋଇଥିଲା। ଏ କେସ୍ ସାମ୍ନାକୁ ଅାସିବା ପରେ ଡାକ୍ତରମାନେ ଶରୀରରେ ୧.୫ ବିଲିଅନ୍ ଅର୍ଥାତ୍ ୧୫୦ କୋଟି କୋଶିକାର ଯାଞ୍ଚ କଲେ। ଏ ରୋଗୀର ନାମ ଦିଆଯାଇଛି ଇସି୨। ଅଗଷ୍ଟ ୨୬ରେ ପ୍ରକାଶିତ ସାଇନ୍ସ ମାଗାଜିନ୍ ନେଚର୍ ରିପୋର୍ଟ ଅନୁସାରେ , ରୋଗୀର ଶରୀରରେ ଏଚଆଇଭିର ସକ୍ରିୟ ଭାଇରସ୍ ନାହିଁ। ଏହାର ଅର୍ଥ ରୋଗୀ ଏଚଆଇଭିରେ ସଂକ୍ରମିତ ହେଲା ଓ ଆପେ ଆପେ ଭଲ ହୋଇଗଲା।


ଇସି୧ ନାଁରେ ଆଉ ଜଣେ ରୋଗୀଙ୍କର ୧୦୦ କୋଟି କୋଶିକାର ପରୀକ୍ଷା କରାଗଲା । ତାଙ୍କ ଶରୀରରୁ ମିଳିଲା କେବଳ ଗୋଟିଏ ସକ୍ରିୟ ଭାଇରସ୍। ମାତ୍ର ତାହା ବି ଜେନେଟିକାଲି ନିଷ୍କ୍ରିୟ। ଅର୍ଥାତ୍ ଏ ଦୁଇ ଜଣଙ୍କ ଶରୀରରେ ଜେନେଟିକ୍ ଏମିତି ହୋଇଥିବାରୁ ଦୁହେଁ ଏଚଆଇଭି ସକ୍ରିୟତାକୁ ଶେଷ କରିବାରେ ସଫଳ ହୋଇଛନ୍ତି।


ଏତେ ସବୁ ପରୀକ୍ଷା ପରେ ବୈଜ୍ଞାନିକମାନେ ଦୁହିଁଙ୍କ ନାଁ ଏଲିଟ୍ କଣ୍ଟେ୍ାଲ୍ (ଇସି) ରଖିଛି । ଇସିର ଅର୍ଥ ଯେଉଁ ଲୋକଙ୍କ ଶରୀରରେ ଏଚଆଇଭି ଅଛି ବିନା କୌଣସି ଚିକିତ୍ସା ବା ଔଷଧରେ ଭଲ ହୁଏ। ତେବେ ଏହା କିଛି ମାସକର କି ବର୍ଷକର ଘଟଣା ନୁହେଁ । ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ବିକଶିତ ହୋଇଥିବା ଇମ୍ୟୁନ ସିଷ୍ଟମ। ପୃଥିବୀରେ ୩.୫୦କୋଟି ଲୋକ ଏଚଆଇଭିରେ ସଂକ୍ରମିତ। ଏମାନଙ୍କ ମଧ୍ୟରୁ ୯୯.୫୦ ପ୍ରତିଶତ ଏମିତି ରୋଗୀ ଅଛନ୍ତି ଯେଉଁମାନଙ୍କୁ ପ୍ରତିଦିନ ଆଣ୍ଟି ରେଟ୍ରୋଭାଇରାଲ୍ ବା ଏଚଆଇଭି ଔଷଧ ଦିଆଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.