ଭାରତରେ ପ୍ରଥମ ଥର ୬୦,୦୦୦ ଡେଇଁଲା ସୁନା ମୂଲ୍ୟ, ରୂପା ୧୮୬୦ ଟଙ୍କା ବଢ଼ିଲା ରୂପା

Published By : Prameya-News7 Bureau | March 20, 2023 IST

ନୂଆଦିଲ୍ଲୀ, ୨୦/୦୩: ଭାରତୀୟ ସରାଫା ବଜାର ସୋମବାର ସୁନା ରୂପା ଦର ଜାରି କରିଛି। ସୁନାର ଦୃଢ଼ ବୈଶ୍ବିକ ସ୍ଥିତି ମଧ୍ୟରେ ଦିଲ୍ଲୀ ସରାଫା ବଜାର ଦ୍ବାର  ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ସୋମବାର ଭାରତୀୟ ବଜାରରେ ପ୍ରଥମ ଥର ସୁନା ମୂଲ୍ୟ ୬୦ ହଜାର ଟପିଛି। ଯାହାକି ଏହାର ସର୍ବକାଳୀନ ସ୍ତର।

ସୂଚନା ଅନୁଯାୟୀ, ସୋମବାର ସୁନା ୧,୪୦୦ ଟଙ୍କା ବୃଦ୍ଧି ସହ ୬୦,୧୦୦ ଟଙ୍କା ପ୍ରତି ୧୦ ଗ୍ରାମ୍‌ରେ ପହଞ୍ଚିଛି। ସେହିପରି ରୂପା ମଧ୍ୟ ୬୯,୩୪୦ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ରବିବାର ୦.୫୭ ପ୍ରତିଶତ ବଢ଼ି ୨ ହଜାର ଡଲାର ସ୍ତର ପାର୍‌ କରି ୨୦୦୧.୬ ଡଲାର ରହିଛି।

ଏଚଡିଏଫସି ସିକ୍ୟୁରିଟିଜିର ବରିଷ୍ଠ ବିଶ୍ଲେଷକ ସୌମିଲ ଗାନ୍ଧୀଙ୍କ କହିଛନ୍ତି, ଦିଲ୍ଲୀର ବଜାରରେ ସୁନା ଦର ୬୦,୧୦୦ ଟଙ୍କା ରହିଛି ଏଥିରେ ପ୍ରତି ଗ୍ରାମ ୧୪୦୦ ଟଙ୍କା ବୃଦ୍ଧି ପରିଲକ୍ଷିତ ହୋଇଛି। ଯାହା ୫୫ ସପ୍ତାହ ମଧ୍ୟରେ ସବୁଠୁ ଉଚ୍ଚ ସ୍ତର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.