ପ୍ରଥମ ଥର ଟ୍ରାନ୍ସଜେଣ୍ଡରଙ୍କୁ ଫାଶୀ ଦଣ୍ଡ, ତିନି ମାସର ଶିଶୁକୁ ଦୁଷ୍କର୍ମ ସହ ହତ୍ୟା ମାମଲାରେ ଥିଲା ଅଭିଯୁକ୍ତ

Published By : Prameya-News7 Bureau | February 28, 2024 IST

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ଜଣେ ଟ୍ରାନ୍ସଜେଣ୍ଡରଙ୍କୁ ଫାସୀ ଦଣ୍ଡାଦେଶ ମିଳିଛି। ମୁମ୍ବାଇର ସେଶନ କୋର୍ଟ, ତିନି ମାସର ଶିଶୁ ସହ ଦୁଷ୍କର୍ମ ମାମଲାରେ ଶୁଣାଇଛନ୍ତି ମୃତ୍ୟୁ ଦଣ୍ଡ । ସେଶନ କୋର୍ଟ ବିଚାରପତି ଅଦିତି କଦମ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ସେ କହିଛନ୍ତି ଏହି ମାମଲାରେ ଯେଉଁଭଳି ଭାବରେ ଅମାନବୀୟ ଏବଂ ବର୍ବରତା ଦେଖାଯାଇଛି, ସେଥରୁ ଏହା ଦୁଲର୍ଭ ମାମଲା।

ପ୍ରକୃତରେ ଏହି ୨୪ ବର୍ଷୀୟ ଟ୍ରାନ୍ସଜେଣ୍ଡରଙ୍କ ଉପରେ ଶିଶକୁ ଅପହରଣ, ଦୁଷ୍କର୍ମ ଏବଂ ହତ୍ୟା ମାମଲା ଚାଲିଥିଲା । ମୁମ୍ବାଇ କଫେ ପରେଡ ଅଞ୍ଚଳରେ ୨୦୨୧ରେ ଏହି ବିଭତ୍ସ ଘଟଣା ଘଟାଇଥିଲା ଅଭିଯୁକ୍ତ । ସେହିଭଳି ପୀଡ଼ିତାଙ୍କ ପରିବାର ଏହି ମାମଲାରେ କାର୍ଯ୍ୟାନୁଷ୍ଠାନକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ପତ୍ନୀକୁ ହତ୍ୟା ପରେ ମୃତଦେହର କଲା ଭିଡିଓ, ଆଉ ହ୍ବାଟସପ୍‌ ଗ୍ରୁପରେ କଲେ ସେୟାର

ଯାଞ୍ଚ ଅନୁଯାୟୀ, ଶିଶୁଟିର ଜନ୍ମ ପରେ ଟ୍ରାନ୍ସଜେଣ୍ଡର ଜଣକ ତାଙ୍କ ଘରକୁ ଉପହାର ପାଇଁ ଯାଇଥିଲେ। କିନ୍ତୁ ଶିଶୁର ପରିବାର ଲୋକେ ତାଙ୍କୁ କୌଣସି ଉପହାର ଦେଇନଥିଲେ। ଯାହାକୁ ନେଇ ପରିବାର ସହ ତାଙ୍କର ଝଗଡ଼ା ମଧ୍ୟ ହୋଇଥିଲା। ଯାହାକୁ ନେଇ ପ୍ରତିଶୋଧ ପରାୟଣ ହୋଇଉଠିଥିଲା ଆଉ ଦିନେ ଯେତେବେଳେ ପରିବାର ଲୋକେ ଶୋଇଥିଲେ ସେତେବେଳେ ଲୁଚି ଛପି ଘ​‌ରେ ପଶି ଶିଶୁଟିକୁ ଉଠାଇନେଇଯାଇଥିଲା। ଆଉ ଦୁଷ୍କର୍ମ ପରେ ହତ୍ୟା କରି ପାଖରେ ଥିବା ଏକ କେନାଳଲରେ ଫିଙ୍ଗି ଦେଇଥିଲା। ପକ୍ସୋ କୋର୍ଟ ବିଚାରପତି କହିଛନ୍ତି ଏହା ସୁଚିନ୍ତିତ ହତ୍ୟାକାଣ୍ଡ।

ସେ କହିଛନ୍ତି ‘‘ଏହା ଏଭଳି ଅପରାଧ ଯାହା ସବୁ ମାତା-ପିତାଙ୍କୁ ଚକିତ କରିଛି। ଦୋଷୀଙ୍କ ଚିନ୍ତାଧାରା କ’ଣ ଥିଲା ତାହା ମଧ୍ୟ ବୁଝିବା ମୁସ୍କିଲ। ବିଚାରପତି କହିଛନ୍ତି ଏହି ମାମଲା ମୃତ୍ୟୁ ଦଣ୍ଡ ପାଇଁ ଉପଯୁକ୍ତ। ଦୋଷୀ ପୂର୍ବରୁ ହିଁ ଏହି ଅପରାଧ ପାଇଁ ଯୋଜନା କରିଥିଲା। ପରେ ଏହି ଘଟଣା ଘଟାଇଥିଲେ।’’ ଏହି ମାମଲାରେ ଶିଶୁର ମାଆ ଅଭିଯୋଗ ରୁଜୁ କରିଥିଲେ। ଅବଶ୍ୟ ଅଦାଲତ ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତକୁ ମୁକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଅନୈତିକ ସମ୍ପର୍କ ସନ୍ଦେହରୁ ନାରକୀୟ କାଣ୍ଡ, ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ସହ ଭାଇକୁ କଲା ଗୁଳି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.