ଟି-୨୦ ବିଶ୍ୱକପ୍‌ : ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇଲା ନାମ୍ବିଆ

Published By : Prameya-News7 Bureau | October 16, 2022 IST

ପର୍ଥ ୧୬।୧୦ : ଆରମ୍ଭ ହେଲା ଟି-୨୦ ବିଶ୍ୱକପ୍‌। ପ୍ରଥମ ମ୍ୟାଚ୍‌ରେ ଆଶ୍ଚର୍ଯ୍ୟକର ଖେଳ ପ୍ରଦର୍ଶନ। ଏସିଆ କପ୍‌ ଚାମ୍ପିଅନ୍‌ ଶ୍ରୀଲଙ୍କାକୁ ୫୫ ରନ୍‌ରେ ପରାସ୍ତ କଲା ନାମ୍ବିଆ।  

wp:html /wp:html

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ନାମ୍ବିଆର ଓପନର। ହେଲେ ଶ୍ରୀଲଙ୍କାର ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ନାମ୍ବିଆ ବ୍ୟାଟସମ୍ୟାନ୍‌। ଇଂନିସର ୨ୟ ଓଭରରେ ହିଁ ଲାଗିଥିଲା ଟିମ୍‌କୁ ପ୍ରଥମ ଝଟ୍‌କା। ପରେ ପରେ ଲଗାତର ଭାବେ ପଡିଯାଇଥିଲା ଓ୍ୱିକେଟ୍‌। ତେବେ ମଧ୍ୟକ୍ରମରେ ଆସିଥିବା ଜାନ୍‌ ଫ୍ରାଏଲିଙ୍କଙ୍କ ଧୁଆଁଧାର ଇଂନିସ ବଦଳରେ ନାମ୍ବିଆ ଭଲ ସ୍କୋର କରିପାରିନଥିଲା । ଦଳ ପକ୍ଷରୁ ସେ ୨୮ଟି ବଲ୍‌ରେ ୪ଟି ଚୈାକା ସହ ୪୪ ରନ୍‌ ସଂଗ୍ରହ କରିଥିଲେ। ତାଙ୍କ ପରେ ଅଧିନାୟକ ଏରାମୁସ ୨୦ ରନ୍‌, ବାର୍ଡ ୨୬ରନ୍‌, ଲୋଫିଟି ଏଟୋନ ୨୦ ରନ୍‌, ସ୍ମିତ ୩୧ରନ୍‌ କରିଥିଲେ । ଯାହାଫଳରେ ଦଳ ୨୦ ଓଭରରେ ମୋଟ ୧୬୩ ରନ୍‌ ସଂଗ୍ରହ କରିଥିଲେ ।

ସେପଟେ ନାମ୍ବିଆ ପକ୍ଷରୁ ଦିଆଯାଇଥିବା ୧୬୪ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିଲେ ଶ୍ରୀଲଙ୍କା ଓପନର । କିନ୍ତୁ ଶ୍ରୀଲଙ୍କା ଓପନର ମଧ୍ୟ ନାମ୍ବିଆ ବୋଲର ଆଗରେ ଧରାଶାୟୀ ହୋଇପଡିଥିଲେ । ଲଗାତର ଭାବେ ପଡିଯାଇଥିଲା ଓ୍ୱିକେଟ୍‌ । ଶ୍ରୀଲଙ୍କାର ୪ଜଣ ବ୍ୟାଟସମ୍ୟାନ୍‌ଙ୍କୁ ଛାଡି ଆଉ କୌଣସି ବ୍ୟାଟସମ୍ୟାନ୍‌ ବି ଦୁଇ ଅଙ୍କ ସ୍କୋର କରିପାରିନଥିଲା । ଶେଷରେ ମୋଟ ୧୯ ଓଭରରେ ଶ୍ରୀଲଙ୍କା ୧୦୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ନାମ୍ବିଆ ପକ୍ଷରୁ ଡେଭିଡ୍‌ ଓ୍ୱାଇସ୍‌, ବେରନାର୍ଡ , ସିକାଙ୍ଗୋ, ଜାନ୍‌ ୨ଟି ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.