ମୁମ୍ବାଇ ୦୩।୦୧ : ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାରଠୁ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ । ୱାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯିବ ସିରିଜର ପ୍ରଥମ ମ୍ୟାଚ୍ । ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଭାରତ ଏକ ଯୁବ ଦଳ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ । ସୂର୍ଯ୍ୟକୁମାର ଯାଦବ ଉପ-ଅଧିନାୟକ । ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳି ଦକ୍ଷତା ପ୍ରମାଣିତ କରିବାକୁ ଅପେକ୍ଷା କରି ରହିଛନ୍ତି । ଫଳରେ ମ୍ୟାଚ୍ଟି ଭାରତୀୟ କ୍ରିକେଟ୍ପ୍ରେମୀଙ୍କ ପାଇଁ ଭିନ୍ନ ସ୍ୱାଦ ଆଣିବ । ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ଶ୍ରେୟାସ ଆୟର, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଆର ଅଶ୍ୱିନ, ମହମ୍ମଦ ସାମି, ଜଶପ୍ରୀତ ବୁମରାଙ୍କ ଭଳି ସିନିୟର ଖେଳାଳିମାନେ ବିଭିନ୍ନ କାରଣକୁ ନେଇ ଦଳରୁ ବାଦ ପଡ଼ିଛନ୍ତି । ଏମାନଙ୍କ ସ୍ଥାନ ପୂରଣ କରିବାକୁ ଯୁବ ଖେଳାଳି ପ୍ରସ୍ତୁତ ।
ତେବେ ଭାରତର ପେସ୍ ବାହିନୀ ଅନଭିଜ୍ଞ ଥିଲେ ହେଁ ଶ୍ରୀଲଙ୍କା ପାଇଁ ଘାତକ ସାଜିବ ଏକ ପ୍ରକାର ନିଶ୍ଚିତ । ଆଜିର ମ୍ୟାଚ୍ରେ ଅର୍ଶଦୀପ ସିଂହ ପେସ୍ ବିଭାଗ ସମ୍ଭାଳିବେ । ତାଙ୍କ ସହ ଉମ୍ରାନ ମଲିକ, ଶିବମ ମାଭି, ମୁକେଶ କୁମାର ଓ ହର୍ଷଲ ପଟେଲ ଅନ୍ୟ ପେସ୍ ବୋଲର ଭାବେ ରହିଛନ୍ତି । ଏମାନଙ୍କ ଉଚିତ ମାର୍ଗ ଦେଖାଇବା ପାଣ୍ଡ୍ୟାଙ୍କ ମୁଖ୍ୟ ଦାୟିତ୍ୱ ରହିବ । ବ୍ୟାଟିଂ ବିଭାଗକୁ ନେଇ ଟଣା ଓଟରା ହେବା ସ୍ୱାଭାବିକ । ସିନିୟର ଖେଳାଳି ନଥିବାରୁ ଇଶାନ କିଷନ, ଋତୁରାଜ ଗାଏକୱାଡ୍ ଓ ଶୁଭମନ ଗିଲ୍ଙ୍କ ମଧ୍ୟରେ ପାଳି ଆରମ୍ଭ ପାଇଁ ଏବଂ ଅକ୍ଷର ପଟେଲ ଓ ୟୁଝବେନ୍ଦ୍ର ଚହଲଙ୍କ ମଧ୍ୟରେ ସ୍ପିନ ବିଭାଗ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ । ୱାସିଂଟନ ସୁନ୍ଦର ଅଲ୍ରାଉଣ୍ଡର ଭାବେ ଖେଳିବା ନିଶ୍ଚିତ ।
{"id":728412,"sizeSlug":"full","linkDestination":"none"}ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରଠୁ ଶ୍ରୀଲଙ୍କା କୌଣସି ମ୍ୟାଚ୍ ଖେଳିନାହିଁ । ମାତ୍ର ଦଳର ସମସ୍ତ ଖେଳାଳି ଲଙ୍କା ପ୍ରିମିୟର ଲିଗ୍ ଜରିଆରେ ଉପଯୁକ୍ତ ପ୍ରସ୍ତୁତି କରି ଭାରତ ଆସିଛନ୍ତି । ଟି-ଟ୍ୱେଣ୍ଟି ଫର୍ମାଟ୍ରେ ଶ୍ରୀଲଙ୍କାର ପ୍ରଦର୍ଶନ ଭଲ ରହିଛି । ଗତ ଏସିଆ କପ୍ରେ ଶ୍ରୀଲଙ୍କା ଚମତ୍କାର ପ୍ରଦର୍ଶନ କରିଥିଲା । ଦଳ ନିକଟରେ ଏକ ସନ୍ତୁଳିତ ତଥା ଲଢୁଆ ବ୍ୟାଟିଂ ବିଭାଗ ରହିଛି । ବୋଲିଂ ବିଭାଗ ମୁଖ୍ୟତଃ ୱାନିଣ୍ଡୁ ହସରଙ୍ଗା ଉପରେ ନିର୍ଭର କରିବ । ସେ ଗତ ବର୍ଷ ୭୩ଟି ୱିକେଟ୍ ନେଇଥିଲେ ।
wp:html/wp:htmlA new year 🗓️
— BCCI (@BCCI) January 2, 2023
A new start 👍🏻
A new Vice-captain - @surya_14kumar - for the Sri Lanka T20I series 😎#TeamIndia had their first practice session here at Wankhede Stadium ahead of the T20I series opener in Mumbai 🏟️#INDvSL | @mastercardindia pic.twitter.com/qqUifdoDsp
ୱାଙ୍ଖଡେ ଷ୍ଟାଡିୟମ୍ର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ଏଠାରେ ସର୍ବଦା ବିଶାଳ ସ୍କୋର ସଂଗୃହୀତ ହେବାର ରେକର୍ଡ ରହିଛି । ତେଣୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ଗତ ୨ବର୍ଷ ମଧ୍ୟରେ ୱାଙ୍ଖଡ଼େରେ ୪୧ଟି ଟି-ଟ୍ୱେଣ୍ଟି ଖେଳାଯାଇଛି । ଏଥିରୁ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୨୪ଟି ମ୍ୟାଚ୍ ଜିତିଛନ୍ତି ।
ସମ୍ଭାବ୍ୟ ଦଳ-
ଭାରତ : ଇଶାନ କିଷନ, ଋତୁରାଜ ଗାଏକୱାଡ୍, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଦୀପକ ହୁଡ଼ା, ୱାସିଂଟନ ସୁନ୍ଦର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ, ଉମ୍ରାନ ମଲିକ, ୟୁଝବେନ୍ଦ୍ର ଚହଲ/ଅକ୍ଷର ପଟେଲ ।
ଶ୍ରୀଲଙ୍କା : ପଥୁମ ନିଶଙ୍କା, କୁଶଲ ମେଣ୍ଡିସ, ଧନଞ୍ଜୟ ଡି ସିଲଭା, ଚରିଥ ଆଶାଲଙ୍କା, ଭାନୁକା ରାଜାପକ୍ଷେ, ଡାସୁନ ଶଣକା(ଅଧିନାୟକ), ୱାନିଣ୍ଡୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହୀଶ ତୀକ୍ଷଣା, ଦିଲସାନ ମଦୁସଙ୍କା, ଲାହିରୁ କୁମାରା ।