ଜୁନ୍ ୬ରୁ ଆରମ୍ଭ ହୋଇପାରେ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ

Published By : Prameya-News7 Bureau | May 28, 2019 IST

ନୂଆଦିଲ୍ଲୀ ୨୮|୫: ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତା ଜୁନ୍ ୬ ତାରିଖରୁ ଆରମ୍ଭ  ହୋଇପାରେ । ଜୁନ୍ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆସନ୍ତା ୩୦ ତାରିଖରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଶପଥ ନେବେ । ୩୧ ତାରିଖରେ ନୂଆ ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ବସିବ ।

ମିଳିଥିବା ସୂଚନା ଅନୁଯାୟୀ ଜୁନ୍ ୬ ତାରିଖରେ ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦବୋଧନ ଦେବେ । ସେହିଦିନ କାମଚଳା ବାଚସ୍ପତି ବା ପ୍ରୋଟେମ୍ ସ୍ପିକର୍ ନିଯୁକ୍ତ ହେବାର ସମ୍ଭାବନା ରହିଛି । ବାଚସ୍ପତି ନିର୍ବାଚନ ଆସନ୍ତା ଜୁନ ୧୦ ତାରିଖରେ ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.