୩୨୬ ଭାରତୀୟଙ୍କୁ ଧରି ଲଣ୍ଡନରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଲା ‘ବନ୍ଦେ ଭାରତ ମିଶନ’ର ପ୍ରଥମ ବିମାନ
9/05/2020 at 10:16 PM

ନୂଆଦିଲ୍ଲୀ ୦୯।୦୫: କରୋନା ଭାଇରସ୍ ଲକ୍ଡାଉନ୍ କାରଣରୁ ବିଦେଶରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ବନ୍ଦେ ଭାରତ ମିଶନ ଆରମ୍ଭ କରାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ‘ବନ୍ଦେ ଭାରତ ମିଶନ’ର ପ୍ରଥମ ବିମାନ ବ୍ରିଟେନ୍ର ରାଜଧାନୀ ଲଣ୍ଡନର ଇଥ୍ରୋ ବିମାନ ବନ୍ଦରରୁ ଭାରତୀୟଙ୍କୁ ଧରି ସ୍ଵଦେଶ ଯାତ୍ରା ଆରମ୍ଭ କରିଛି। ରବିବାର ସକାଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବେ।
ପ୍ରାୟ ୩୨୬ ଜଣ ଭାରତୀୟ ଛାତ୍ର ଓ ପର୍ଯ୍ୟଟକ ଶନିବାର ସକାଳୁ ବିମାନ ବନ୍ଦରରେ ନିଜ ସାମାନ ସହିତ ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ଭାରତ ଫେରିବା ଲାଗି ସେମାନେ ପ୍ରସ୍ତୁତି କରି ସାରିଥିଲେ।
ବିମାନରେ ଚଢିବା ପୂର୍ବରୁ ଜଣ ଜଣଙ୍କ ସ୍କ୍ରିନିଂ କରାଯାଇଥିଲା। ମୁମ୍ବାଇ ବିମାନ ବନ୍ଦରରେ ପୁଣି ଥରେ ସେମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ। ମୁମ୍ବାଇରେ ଅବତରଣ ପରେ ମହାରାଷ୍ଟ୍ର ସରକାର ଦ୍ଵାରା ବ୍ୟବସ୍ଥା ହୋଇଥିବା ହୋଟେଲ୍ ଏବଂ ଅନ୍ୟ ସ୍ଥାନରେ ସମସ୍ତଙ୍କୁ ୧୪ ଦିନ ଲାଗି ସଙ୍ଗରୋଧ କରାଯିବ।

ଏୟାର ଇଣ୍ଡିଆ ଏହି ଯାତ୍ରା ସମୟରେ ସମସ୍ତ ଯାତ୍ରୀଙ୍କୁ ଭୋଜନ, ଟିଫିନ୍, ସାନିଟାଇଜର, ମାସ୍କ ଓ ଗ୍ଲୋଭ୍ ଯୋଗାଇ ଦେଉଛି। ଆଗାମୀ ସପ୍ତାହରେ ଲଣ୍ଡନର ହିଥ୍ରୋ ବିମାନ ବନ୍ଦରରୁ ଏୟାର ଇଣ୍ଡିଆର ଅନେକ ବିମାନ ଭାରତୀୟଙ୍କୁ ଧରି ଭାରତର ଛଅଟି ସହର ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ଚେନ୍ନାଇ ଓ ନୂଆଦିଲ୍ଲୀ ଅବତରଣ କରିବ।
ଦକ୍ଷିଣ ଟାଇନସ୍ କଲେଜ୍ରେ ପଢୁଥିବା କେରଳ ଏକ ଇଞ୍ଜିନିୟ ଛାତ୍ର ଅଖିଳ ଧର୍ମରାଜ କହିଛନ୍ତି, ଏବେ ସୁଦ୍ଧା ହାଇଦ୍ରାବାଦ, ବେଙ୍ଗାଲୁରୁ ଓ ମୁମ୍ଵାଇ ଯିବାକୁ ଥିବା ଲୋକଙ୍କ ପାଖକୁ କଲ୍ ଆସୁଛି। ଏବେ ମଧ୍ୟ ଅନେକ ଲୋକ ନିଜ ନିଜ ରାଜ୍ୟର ବିମାନକୁ ଅପେକ୍ଷା କରି ରହିଛନ୍ତି।