Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରିଲିଜ୍‌ ହେଲା ପ୍ରଥମ କାଶ୍ମୀରୀ-ବଲିଉଡ ଫିଲ୍ମ: ଦେଖିବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ

29/05/2023 at 8:11 PM

ନୂଆଦିଲ୍ଲୀ, ୨୯/୦୫: ସୁନ୍ଦର ପ୍ରାକୃତିକ ପରିବେଶ, ଉଚ୍ଚ ପାହାଡ଼, ଚାରିଆଡ଼େ ବରଫର ମୋଟା ଚାଦର। ଏ ପରିଚୟ ହେଉଛି କାଶ୍ମୀରର। କହିବାକୁ ଗଲେ କାଶ୍ମୀରରେ ସୁନ୍ଦର ସ୍ଥାନର କୌଣସି ଅଭାବ ନାହିଁ। ଏମିତିକି ବଲିଉଡର ଅନେକ ଫିଲ୍ମରେ ମଧ୍ୟ କାଶ୍ମୀରର ସୁନ୍ଦର ପ୍ରାକୃତିକ ପରିବେଶ ଦେଖିବାକୁ ମିଳିଛି। କିନ୍ତୁ ପ୍ରୋଟୋକଲ କାରଣରୁ କାଶ୍ମୀରରେ ଏପର୍ଯ୍ୟନ୍ତ ନିଜସ୍ବ ଫିଲ୍ମ ନିର୍ମାଣ କରାଯାଇପାରିନଥିଲା। ହେଲେ ଏବେ କାଶ୍ମୀରରେ ରିଲିଜ୍‌ ହୋଇଛି ପ୍ରଥମ କାଶ୍ମୀରୀ-ବଲିଉଡ ଫିଲ୍ମ ‘ଓ୍ବେଲକମ୍ ଟୁ କାଶ୍ମୀର’ ।

ଫିଲ୍ମକୁ ଶ୍ରୀନଗରର ଆଇନକ୍ସରେ ରିଲିଜ୍‌ କରାଯାଇଛି। ଫିଲ୍ମରେ ସ୍ଥାନୀୟ ଅଭିନେତା ଏବଂ ଅଭିନେତ୍ରୀ ଅଭିନୟ କରିଛନ୍ତି। ସ୍ଥାନୀୟ ଚଳଚ୍ଚିତ୍ର ନିର୍ମାତା ଏହାକୁ ନିର୍ମାଣ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ତାରିକ୍‌ ଭଟ କରିଛନ୍ତି। କହିପାରିବା କାଶ୍ମୀର ପାଇଁ କାଶ୍ମୀରବାସୀ ନିର୍ମାଣ କରିଛନ୍ତି ଫିଲ୍ମ। ବୈଶ୍ବିକ ସ୍ତରରେ କାଶ୍ମୀର ପର୍ଯ୍ୟଟନର ପ୍ରଚାର କରିବା ମଧ୍ୟ ଏହି ଫିଲ୍ମର ଅନ୍ୟ ଏକ ଉଦ୍ଦେଶ୍ୟ। କାଶ୍ମୀରରେ ରିଲିଜ୍‌ ହେବା ପରେ ଏବେ ଏହାକୁ ଦେଶର ଅନ୍ୟ ସ୍ଥାନରେ ରିଲିଜ୍‌ କରାଯିବ ଏବଂ ପରେ ଏହାକୁ ଓ୍ବାର୍ଲ୍ଡଓ୍ବାଇଡ୍‌ ରିଲିଜ୍‌ କରାଯିବ।

ଆହୁରି ପଢ଼ନ୍ତୁ: ଆସୁଛି The India house, କାର୍ତ୍ତିକେୟ-୨ ଷ୍ଟାର ନିଖିଲ ସିଦ୍ଧାର୍ଥଙ୍କ ସହ ନଜର ଆସିବେ ରାମଚରଣ

ଏହି ଫିଲ୍ମ କାଶ୍ମୀର ରହୁଥିବା ଲୋକଙ୍କ ଜୀବନ ଉପରେ ଆଧାରିତ। ଫିଲ୍ମରେ ମୁଖ୍ୟତଃ କାଶ୍ମୀରରେ ରହୁଥିବା ଲୋକଙ୍କ ମୂଳ ସମସ୍ୟାକୁ ଦର୍ଶାଯାଇଛି। ଫିଲ୍ମରେ କାଶ୍ମୀରର ସୁନ୍ଦରତାକୁ ଦର୍ଶାଯାଇଛି। ଏହା ବ୍ୟତୀତ ଜମ୍ମୁ କାଶ୍ମୀର ଏବଂ ପ୍ରଶାସନର କାମ ବିଷୟରେ ମଧ୍ୟ ଏହି ଫିଲ୍ମ ଦ୍ବାରା ଜାଣିବାକୁ ମିଳିବ। ଏହାର ସ୍ବତନ୍ତ୍ର ସ୍କ୍ରିନିଂ ହୋଇଛି ଏବଂ କାଶ୍ମୀରର ଲୋକଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ମଧ୍ୟ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: Watantrya Veer Savarkar: ‘ବହୁ ପୂର୍ବରୁ ହିଁ ସ୍ୱାଧୀନତା ମିଳିଥାଆନ୍ତା ଯଦି ଗାନ୍ଧୀ ଜୀ…’, ସାବରକର ଟିଜର ରିଲିଜ୍

ଏହା ବ୍ୟତୀତ ଫିଲ୍ମରେ ମହିଳାଙ୍କ ସୁରକ୍ଷା, ଯୁବକଙ୍କ ମଧ୍ୟରେ ବ୍ୟାପିଥିବା ଡ୍ରଗ୍ସ ଅଭ୍ୟାସ ଏବଂ କାଶ୍ମୀରର ବୀର ସୈନିକଙ୍କ କାହାଣୀ ମଧ୍ୟ ଦେଖାଯିବ। ଏହା କେବଳ ଫିଲ୍ମ ନୁହେଁ ବରଂ କାଶ୍ମୀରର ପ୍ରତିଭାକୁ ମଧ୍ୟ ସାମ୍ନାକୁ ଆଣିବାରେ ସହାୟକ ହେବ। ଏହାଦ୍ବାରା କାଶ୍ମୀରର ଗାୟକ, ସଂଗୀତଜ୍ଞ ଏବଂ ଗୀତିକାରଙ୍କୁ ମଧ୍ୟ ଅବସର ମିଳିବ।

ଆହୁରି ପଢ଼ନ୍ତୁ: ବର୍ଷକୁ ମାତ୍ର ଗୋଟିଏ ଫିଲ୍ମ କରିବେ ଅନୁଷ୍କା, କାହିଁକି ନେଲେ ଏମିତି ନିଷ୍ପତ୍ତି ?

   Related Posts