ପଦ୍ମପୁର ଉପନିର୍ବାଚନ: ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ

Published By : Prameya-News7 Bureau | November 06, 2022 IST

ବରଗଡ଼ ୦୬/୧୧: ପଦ୍ମପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସପି ସ୍ମିଥ ପି ପର୍ମାର୍, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପୋ, ନିର୍ବାଚନ ଅଧିକାରୀ ତ୍ରିଲୋଚନ ପାତ୍ର ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ।

ବୈଠକରେ ଏବେଠାରୁ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଥିବା କୁହାଯାଇଛି। ଉପନିର୍ବାଚନକୁ ଅବାଧ ନିରପେକ୍ଷତାର ସହ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ ଲୋଡିଥିଲେ। ଯେହେତୁ ପଦ୍ମପୁର ଏକ ମାଓ ଅଧ୍ୟୁଷିତ ଅଞ୍ଚଳ ତେଣୁ ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ଏବଂ ଏଥିପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୯ ପ୍ଲାଟୁନ ସିଆରପିଏଫ୍ ଯବାନଙ୍କୁ ମୁତୟନ କରାଯିବ ବୋଲି ଏସପି କହିଛନ୍ତି। ଏଥିପାଇଁ ଏକ ୨୪ ଘଣ୍ଟିଆ ପୋଲିସ କଣ୍ଟ୍ରୋଲ ରୁମ୍ ମଧ୍ୟ କରାଯାଇଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.