ଏଠାରେ ଖୋଲିଲା ପ୍ରଥମ ପ୍ଲାଜମା ବ୍ୟାଙ୍କ୍ : କରୋନା ଯୁଦ୍ଧ ଲଢ଼ିବା ପାଇଁ ମିଳିବ ସାହାଯ୍ୟ

Published By : Prameya-News7 Bureau | August 24, 2020 IST

ତେଲେଙ୍ଗାନା ୨୪/୮: କରୋନା ଭାଇରସର ବଢ଼ୁଥିବା ସଂକ୍ରମଣ ଏବଂ ଏହାର ଚିକିତ୍ସାରେ ପ୍ଲାଜମା ଫଳପ୍ରଦ ହେବା ପରେ ତେଲେଙ୍ଗାନାରେ ପ୍ରଥମ ପ୍ଲାଜମା ବ୍ୟାଙ୍କ୍ ଖୋଲାଯାଇଛି ଯାହା ଦ୍ବାରା ଲୋକଙ୍କୁ ଏହା ଦ୍ବାରା ସାହାଯ୍ୟ ମିଳିପାରିବ। କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଜି କିଶନ୍ ରେଡ୍ଡି ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିଥିଲେ। ଏହି ପ୍ଲାଜମା ବ୍ୟାଙ୍କ୍ ହାଇଦ୍ରାବାଦର ରୋଟାରୀ କ୍ଲବର ଏକ ଅଭିଯାନ।

ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିବା ପରେ ଜି କିଶନ ରେଡ୍ଡି ଏହି ଯୋଗଦାନ ପାଇଁ ହାଇଦ୍ରାବାଦର ରୋଟାରି କ୍ଲବକୁ ଧନ୍ୟବାଦ ଦେଇଥିଲେ ଏବଂ ଏହି କଥା ପ୍ରତି ମଧ୍ୟ ଗୁରୁତ୍ବ ଦେଇଥିଲେ ଯେ କରୋନା ଭାଇରସ୍ ଭ୍ୟାକ୍ସିନ ଲଞ୍ଚ କରିବା ପର୍ଯ୍ୟନ୍ତ ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ଏକମାତ୍ର ଆଶା।

ସେ କହିଛନ୍ତି ଯେ ‘ହାଇଦ୍ରାବାଦରେ ଆଜି ପ୍ରଥମ ପ୍ଲାଜମା ବ୍ୟାଙ୍କ ସ୍ଥାପନ କରାଯାଇଛି। ଏବେ ସୁଦ୍ଧା କରୋନା ଭାଇରସ୍ ପାଇଁ କୌଣସି ଟୀକା ବାହାରି ନାହିଁ,ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭାଇରସଠୁ ନିଜକୁ ସୁରକ୍ଷିତ ରଖିବା ଉଚିତ୍। ରାଜ୍ୟ ଅନେକ ଉପାୟ କରିଛି ଭାଇରସ୍ ସହ ଲଢ଼ିବା ପାଇଁ,ଏବଂ ଏହି ପ୍ଲାଜମା ବ୍ୟାଙ୍କ୍ ସେଥିରୁ ଗୋଟିଏ’।

କେନ୍ଦ୍ର ମନ୍ତ୍ରୀ କିଶନ ରେଡ୍ଡି କରୋନା ଭାଇରସକୁ ପରାଜିତ କରିବା ପରେ ପୂରାପୂରି ଠିକ୍ ହୋଇସାରିଥିବା ଲୋକଙ୍କୁ ପ୍ରୋତ୍ସାହିତ କରିଛନ୍ତି ଯେ ସେ ଆଗକୁ ଆସି ପ୍ଲାଜମା ଦାନ କରନ୍ତୁ। ଏଥିରୁ ବାହାରୁଥିବା ଆଣ୍ଟିବଡି ଅନେକଙ୍କ ଜୀବନ ବଞ୍ଚାଇବାକୁ ସାହାଯ୍ୟ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.