oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଆସିଗଲା ରାକେଶ ଝୁନଝୁନୱାଲାଙ୍କ କମ୍ପାନୀର ପ୍ରଥମ ବିମାନ, ଆସନ୍ତା ମାସରୁ ଉଡାଣ ଭରିବ Akasa Air

21/06/2022 at 4:22 PM

ନୂଆଦିଲ୍ଲୀ: ଭାରତୀୟ ବିମାନ କ୍ଷେତ୍ରରେ ଖୁବ୍ ଶୀଘ୍ର ଆଉ ଏକ ନୂତନ ଏୟାରଲାଇନ କମ୍ପାନୀର ପ୍ରବେଶ ହେବାକୁ ଯାଉଛି । ଏହି କମ୍ପାନୀ ଆଉ କାହାରି ନୁହେଁ, ଏହା ରାକେଶ ଝୁନଝୁନୱାଲାଙ୍କ ନିବେଶକ ଆକାଶ ଏୟାର । କମ୍ପାନୀକୁ ମଙ୍ଗଳବାର ନିଜର ପ୍ରଥମ ବିମାନର ଡେଲିଭରି ମିଳିଛି । ଏଥିସହ କମ୍ପାନୀ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଜରୁରୀ ଏୟାର ଅପରେଟ ପରମିଟ୍ ହାସଲ କରିବାର ନିକଟତର ହୋଇଛି । ଆସନ୍ତା ମାସରୁ ଆକାଶ ଏୟାର ଉଡାଣ ଭରିବ ।

ବୋଇଙ୍ଗରୁ ୭୨ ବିମାନ କିଣୁଛି କମ୍ପାନୀ
ଆକାଶ ଏୟାର ବୋଇଙ୍ଗର ୭୩୭ ମ୍ୟାକ୍ସ ଏୟାରକ୍ରାଫ୍ଟରୁ ୭୨ ବିମାନ ଅର୍ଡର ଦେଇଛି । କମ୍ପାନୀକୁ ଆଜି ପ୍ରଥମ ବିମାନ ମିଳିଛି । ଆଜି ପ୍ରଥମ ବିମାନର ସ୍ୱାଗତ ପାଇଁ କମ୍ପାନୀର ନେତୃତ୍ୱକାରୀ ଦଳ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉପସ୍ଥିତ ଥିଲେ । କମ୍ପାନୀ ନିକଟରେ ନିଜର ପ୍ରଥମ ଏୟାରକ୍ରାଫ୍ଟର ଫଟୋ ସାମାଜିକ ଗଣମାଧ୍ୟମର ସେୟାର କରିଥିଲା ।

କମ୍ପାନୀର ସଂସ୍ଥାପକ, ପ୍ରବନ୍ଧ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ବିନୟ ଦୁବେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିମାନ ମିଳିବା ନେଇ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ପ୍ରଥମ ବିମାନ ମିଳିବା ଆମ ସମସ୍ତଙ୍କ ପାଇଁ ଖୁସିର ବିଷୟ । ଆମେ ଦେଶର ସବୁଠୁ ଗ୍ରୀନ, ସବୁଠୁ ଭରସାଯୋଗ୍ୟ ଏବଂ ସବୁଠୁ ଶସ୍ତା ଏୟାରଲାଇନ ହେବାର ନିକଟତର ହୋଇଛୁ । ସେ କହିଛନ୍ତି ଆକାଶ ଏୟାର ଦେଶର ବିମାନ ଚଳାଚଳ କ୍ଷେତ୍ରରେ ପ୍ରଗତି ଏବଂ ନୂତନ ଷ୍ଟାଟଅପ ଇକୋସିଷ୍ଟମର ଅନନ୍ୟ ଉଦାହରଣ । ଏହା କେବଳ ବାରତୀୟ ବିମାନ ଚଳାଚଳ ସେକ୍ଟର ପାଇଁ ଉଦାହରଣ ନୁହେଁ ବରଂ ନୂତନ ଭାରତର କାହାଣୀ ।

ବୋଇଙ୍ଗ ଇଣ୍ଡିଆର ସଭାପତି ସଲିଳ ଗୁପ୍ତା କହିଛନ୍ତି, ଆକାଶ ଏୟାର ପ୍ରତିଟି ଭାରତୀୟଙ୍କୁ ଶସ୍ତାରେ ବିମାନ ଯାତ୍ରା ସେବା ଉପଲବ୍ଧ କରାଇବ । ଆମେ ଆକାଶ ଏୟାରର ସହଭାଗିତା ହୋଇ ଗୌରବାନ୍ୱିତ । ଭାରତ ଦୁନିଆର ଦ୍ରୁତ ବୃଦ୍ଧି କରୁଥିବା ଅର୍ଥବ୍ୟବସ୍ଥା ମଧ୍ୟରୁ ଏକ । ଆମେ ଏହାକୁ ନେଇ ତତ୍ସାହିତ ଯେ, ଉନ୍ନତ ମ୍ୟାକ୍ସ ଆକାଶ ଏୟାର ଗ୍ରାହକଙ୍କୁ ଆକର୍ଷଣୀୟ ଉଡାଣ ଅନୁଭୂତି ପ୍ରଦାନ କରିବ ।

   Related Posts