ପିଙ୍କ ବଲ ଟେଷ୍ଟ ମ୍ୟାଚ୍: ପ୍ରଥମ ଇନିଂସରେ ବାଂଲାଦେଶ ୧୦୬ ରନରେ ଅଲଆଉଟ୍

Published By : Prameya-News7 Bureau | November 22, 2019 IST

କୋଲକାତା : ଭାରତ ଓ ବାଂଲାଦେଶ ମଧ୍ୟରେ କୋଲକାତା ଇଡେନ ଗାର୍ଡନରେ ଖେଳାଯାଉଛି ପ୍ରଥମ ଡେ ଆଣ୍ଡ ନାଇଟ୍ ଐତହାସିକ ପିଙ୍କବଲ୍ ଟେଷ୍ଟ ମ୍ୟାଚ୍। ଟସ୍ ଜିତି ବାଂଲାଦେଶ ପ୍ରଥମ ବ୍ୟାଟିଂ କରିଥିବା ବେଳେ ପ୍ରଥମ ଇନିଂସରେ ୧୦୬ ରନ କରି ଅଲ-ଆଉଟ୍ ହୋଇଯାଇଛି। ଭାରତ ଇନିଂସ ଆରମ୍ଭ କରି ପ୍ରଥମ ୱିକେଟ୍ ହରାଇଛି। ପିଙ୍କବଲରେ ଭାରତୀୟ ଟିମ୍ ବେଶ୍ ପ୍ରଦର୍ଶନ କରିଛନ୍ତି। ଫଳରେ ବାଂଲାଦେଶ ଖେଳାଳିମାନେ ୩୦ଓଭର ୩ଟି ବଲରେ ଚିତ୍ ହୋଇଯାଇଛନ୍ତି।

{"id":188259,"sizeSlug":"large"}

ବାଂଲାଦେଶ ପକ୍ଷରୁ ଶାଦମାନ ଇସ୍ଲାମ ସର୍ବାଧିକ ୨୯ ରନ କରିପାରିଥିବା ବେଳେ ଲିଟନ ଦାସ ୨୪ ରନ କରିଛନ୍ତି। ମ୍ୟାଚ୍ ରେ  ମହମ୍ମଦ ଶମିଙ୍କ ବଲରେ ଲିଟନ ଦାସ ଆହତ ହୋଇଛନ୍ତି। ବଲ ଲିଟନଙ୍କ ହେଲମେଟ୍ ରେ ବାଜିଥିଲା। ତେବେ ଏଥିଯୋଗୁ ସେ ଆଉ ଖେଳିପାରିନାହାନ୍ତି। ତାଙ୍କ ସ୍ଥାନରେ ମେହଦୀ ହାସନ ମିରାଜ ବ୍ୟାଟିଂ କରିବାକୁ ଆସିଥିବା ବେଳେ ସେ ୮ ରନ କରି ଆଉଟ୍ ହୋଇଯାଇଛନ୍ତି।

{"id":188263,"sizeSlug":"large"}

ପିଙ୍କ ବଲରେ ପ୍ରଥମ ଥର ଖେଳୁଥିବା ବାଂଲାଦେଶ ଟିମ୍ ଅତିରିକ୍ତ ସ୍ୱିଂ ଆଗରେ ହାତବି ହଲାଇପାରିନାହାନ୍ତି। ଟିମ୍ ଇଣ୍ଡିଆର ଇଶାନ୍ତ ଶର୍ମା ସର୍ବାଧିକ ୫ଟି ୱିକେଟ୍ ପାଇଥିବା ବେଳେ ଉମେଶ ଯାଦବ ୩ ଓ ମହମ୍ମଦ ସମି ୨ଟି ୱିକେଟ୍ ହାସଲ କରିବାରେ ସଫଳ ହୋଇଛନ୍ତି। ୨୦୦୭ ପରେ ଭାରତରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚ୍ ରେ ଇଶାନ୍ତ ପ୍ରଥମ ଥର ଏକକାଳୀନ ୫ଟି ୱିକେଟ୍ ହାସଲ କରିବାର କିର୍ତ୍ତିମାନ ସ୍ଥାପନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.