ମଥାରେ ସିନ୍ଦୁର, ହାତରେ ଚୁଡି ; ବିବାହ ପରେ ସ୍ଵାମୀ ରାଘବଙ୍କ ସହ ନଜର ଆସିଲେ ପରିଣୀତି

Published By : Prameya-News7 Bureau | September 25, 2023 IST

ମୁମ୍ଵାଇ ୨୫।୦୯: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା। ବର୍ତ୍ତମାନ ଦୁହେଁ ସାତ ଜନ୍ମ ପାଇଁ ପରସ୍ପରର ହାତ ଧରିଛନ୍ତି। ବିବାହର ପ୍ରଥମ ଫଟୋ ଏପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି କିନ୍ତୁ ଏଥିରେ ଯୋଗଦେବାକୁ ଆସିଥିବା ଅତିଥିମାନେ ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ସେୟାର କରିଛନ୍ତି।  ହେଲେ ବିବାହ ପରେ ପରୀ ଏବଂ ରାଘବଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି ।

ଏହି ଫଟୋଟି ବିବାହ ପରର ଫଟୋ । ପରୀ ନବବିବାହିତା କନ୍ୟା ବେଶରେ  ପରି ସୁନ୍ଦର ଦେଖାଯାଉଛି, ତାଙ୍କ ହାତରେ ଚୁଡି ଏବଂ ଗୋଲାପୀ ରଙ୍ଗର ଶାଢୀ ପିନ୍ଧି ଥିବାବେଳେ ରାଘବ ମଧ୍ୟ ଏକ କଳା ସୁଟରେ ଡ୍ୟାସିଙ୍ଗ ନଜର ଆସୁଛନ୍ତି। ଏହି ଚିତ୍ର ୨୪ ସେପ୍ଟେମ୍ବର ସନ୍ଧ୍ୟାରେ ଆୟୋଜିତ ହୋଇଥିବା ରିସେପ୍ସନର ଅଟେ। ଯାହା ଇନଷ୍ଟାଗ୍ରାମରେ ପରିଣୀତି ଚୋପ୍ରା ଏବଂ ରାଘବଙ୍କ ଫ୍ୟାନ୍ ପେଜ୍ ଦ୍ୱାରା ସେୟାର କରାଯାଇଛି । କ୍ୟାପସନରେ ଉଲ୍ଲେଖ କରାଯାଇଛି ଯେ ଏହି ଫଟୋଟି ରିସେପ୍ସନରୁ ଆସିଛି । ବିବାହ ପରେ ଏହି କପଲଙ୍କ ପ୍ରଥମ ଝଲକ ପାଇବା ମାତ୍ରେ ଖୁବ୍‌  ଭାଇରାଲ ହୋଇଛି ।

wp:html
/wp:html

ରବିବାର ଦିନ ଉଦୟପୁରର ଲୀଲା ପ୍ୟାଲେସରେ ଏହି ବିବାହ ହୋଇଥିଲା। ୨୨ ସେପ୍ଟେମ୍ବରରେ ସୁଫି ନାଇଟ୍‌ ସମାରୋହରୁ ବିବାହ ରୀତିନୀତି ଆରମ୍ଭ ହୋଇଥିଲା। ୨୩ ସେପ୍ଟେମ୍ବରରେ, ହଲଦୀ ଏବଂ ମେହେନ୍ଦୀ. ସଂଗୀତର ବହୁତ ମଜା ହୋଇଥିଲା । ଗାୟକ ନବରାଜ ହସଂ ସଂଗୀତ ସମାରୋହରେ ପହଞ୍ଚିଥିଲେ ଏବଂ ସୋସିଆଲ ମିଡିଆରେ ସେ ଏହାର ପ୍ରଥମ ଫଟୋ ମଧ୍ୟ ଦେଖାଇଥିଲେ। ତେବେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିବାର କିଛି ସମୟ ପରେ ସେ ଏହାକୁ ଡିଲିଟ କରିଥିଲେ। ଏହି ଫଟୋ କିଛି ମିନିଟ୍ ମଧ୍ୟରେ ଭାଇରାଲ୍ ହୋଇଥିଲା।

ଯେଉଁଥିରେ ପରିଣୀତିଙ୍କ ସମ୍ପର୍କୀୟଙ୍କ ସମେତ ବଲିଉଡର କିଛି ଘନିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ । ଏଥି ସହିତ ଆମ୍ ଆଦମୀ ପାର୍ଟି ନେତା ରାଘବଙ୍କ ଘନିଷ୍ଠ ବନ୍ଧୁମାନେ ମଧ୍ୟ ଏହି ବିବାହର ସାକ୍ଷୀ ରହିଥିଲେ। ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ପଞ୍ଜାବର ସିଏମ ଭଗବନ୍ତ ମନ ସିଂ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନେକ ବଡ଼ ନେତା ଆସିଥିଲେ। ସେପ୍ଟେମ୍ବର ୨୫ ରେ ଏହି ଦମ୍ପତି ଦିଲ୍ଲୀ ଫେରିବେ ବୋଲି ଖବର ରହିଛି।

wp:embed {"url":"https://www.prameyanews7.com/parineeti-chopra-raghava-chaddas-wedding/","type":"wp-embed","providerNameSlug":"prameya-news-7"}
https://www.prameyanews7.com/parineeti-chopra-raghava-chaddas-wedding/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.