ସାମ୍ନାକୁ ଆସିଲା କରୀନାଙ୍କ ସାନ ପୁଅର ଫଟୋ, ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ

Published By : Prameya-News7 Bureau | August 15, 2021 IST

ମୁମ୍ବାଇ ୧୫/୦୮ : ଶେଷ ହେଲା ଫ୍ୟାନ୍ସମାନଙ୍କ ଦୀର୍ଘ ଦିନର ଅପେକ୍ଷା। ସାମ୍ନାକୁ ଆସିଲା ବଲିଉଡର ବେବୋ କରୀନା କପୁରଙ୍କ ସାନ ପୁଅ। ଫଟୋଗ୍ରାଫରଙ୍କ ହାତରେ ଲାଗିଲା ସାନ ପୁଅ ଜାହାଙ୍ଗିର ତଥା ଜେହ୍ ଫଟୋ। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଯାଏଁ କରୀନା ଏବଂ ସୈଫ ଅଲ୍ଲୀ ଖାନ ଜେହ ତଥା ଜାହାଙ୍ଗିରଙ୍କୁ ସାମ୍ନାକୁ ଆଣିନଥିଲେ।

କରିନୀ ଏବେ ଜେହକୁ ଲୋକ ଏବଂ କ୍ୟାମେରା ଠାରୁ ଦୂରେଇ ରଖିଥିଲେ। କିନ୍ତୁ ଜେହ୍ ଙ୍କୁ ତାଙ୍କ ମେଡ୍ କୋଳରେ ଧରିଥିବା ନଜର ଆସିଥିଲେ। ଯେଉଁଥିରେ ଜେହ ଏକ କାର୍ ଭିତରେ ତାଙ୍କ ମେଡଙ୍କ କୋଳରେ ଧରିଥିବା ବେଳେ ପାଖରେ ସୈଫ ବସିଥିବା ଦେଖିବାକୁ ମିଳିଛି। ଦୁହେଁ କରୀନାଙ୍କ ଘରକୁ ଯାଉଥିବା ସମୟରେ କିଛି ଗଣମାଧ୍ୟମ ତାଙ୍କ କାର୍‌କୁ ଘେରି ଯାଇଥିଲେ । ଯାହା ଫଳରେ ତାଙ୍କ ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ। ଏହାପରେ ଜେହଙ୍କର ପ୍ରଥମ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି।

ଜେହଙ୍କ ଫଟୋ ଭାଇରାଲ ହେବା ପରେ ବର୍ତ୍ତମାନ ସୋସିଆଲ ମିଡିଆ ୟୁଜର୍ସମାନେ ଫଟୋଗ୍ରାଫରଙ୍କୁ ନିନ୍ଦା କରୁଛନ୍ତି। ସେମାନେ କହିଛନ୍ତି, ‘ଏଭଳି ଫଟୋ ଉଠାଇବା ଭୁଲ୍। ଛୋଟ ପିଳାଙ୍କ ସହ ଫଟୋଗ୍ରାଫରମାନେ ଏଭଳି କରିବା ଠିକ୍ ନୁହେଁ। ପିଲାଙ୍କୁ ଏଭଳି ଭୟଭୀତ କରନ୍ତୁ ନାହିଁ’। ଗତ କିଛି ଦିନ ହେବ କରୀନା କପୁର ଏବଂ ସୈଫ ଅଲ୍ଲି ଖାନ୍ ତାଙ୍କ ସାନ ପୁଅର ନାଁକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସାନ ପୁଅର ନାଁ ସେମାନେ ଜାହାଙ୍ଗିର ଦେଇଥିବା ନେଇ ନିକଟରେ ଘୋଷଣା କରିଥିଲେ। ଏହାପରେ ସୋଶାଲ ମିଡିଆରେ ସେମାନେ ଟ୍ରୋଲର ଶିକାର ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.