କଟକ ୧୪।୯: ରବିବାର ଠାରୁ କଟକରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣୀ ଉତ୍ସବ । ରବିବାର ସହରର ୩୬୮ଟି ଗଣେଶ ମୂର୍ତ୍ତି ବିସର୍ଜନ କାର୍ଯ୍ୟକ୍ରମ ରହିଛି । ଏଥିମଧ୍ୟରୁ ୬୦ଟି ମୂର୍ତ୍ତି ଦେବୀଗଡାରେ ବିସର୍ଜିତ ହେବେ । ଅନ୍ୟ ମୂର୍ତ୍ତି ଗୁଡିକ ସ୍ଥାନୀୟ ଅଞ୍ଚଳରେ କରାଯାଇଥିବା ଅସ୍ଥାୟୀ ଜଳାଶୟରେ ବିସର୍ଜିତ ହେବେ । ଏଥିମଧ୍ୟରୁ ୨୯ଟି ମେଢକୁ ସକାଳ ୮ଟାରୁ ରାତି ଗୋଟାଏ ପର୍ଯ୍ୟନ୍ତ ଭସାଣୀ ଶୋଭାଯାତ୍ରା କରିବାକୁ ପୋଲିସ ପକ୍ଷରୁ ଅନୁମତି ଦିଆଯାଇଛି । ଭସାଣୀ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ ବୋଲି ଅତିରିକ୍ତ ଡିସିପି କହିଛନ୍ତି । କଟକରେ ମୋଟ୍ ତିନୋଟି ପର୍ଯ୍ୟାୟରେ ଗଣେଶ ଭସାଣି ହେବ । ପ୍ରଥମ ପର୍ଯ୍ୟାୟ ରବିବାର ହେବାକୁ ଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟ ୨୨ ତାରିଖ ଓ ତୃତୀୟ ପର୍ଯ୍ୟାୟ ଭସାଣୀ ୨୯ ତାରିଖରେ ଅନୁଷ୍ଠିତ ହେବ ।
You Can Read:
ଚାକିରି ଦେବା ନାଁରେ ଠକେଇ, ସଂସ୍ଥାର ମୁଖ୍ୟ ଓ ମ୍ୟାନେଜର ଗିରଫ