ରିଲିଜ୍ ହେଲା ପ୍ରଥମ ଓଡିଆ ରୋମାଣ୍ଟିକ୍ ୱେବ୍ ସିରିଜ୍ “ଲଭ୍ ରେସିପି”ର ଟ୍ରେଲର
21/09/2018 at 4:42 PM

ପବିତ୍ର ଗଣେଶ ପୂଜାରେ ରିଲିଜ୍ ହୋଇଛି ପ୍ରଥମ ଓଡ଼ିଆ ରୋମାଣ୍ଟିକ୍ କମେଡି ୱେବ୍ ସିରିଜ୍ ‘ଲଭ ରେସିପି-ବିନା ପିଆଜ ରସୁଣରେ ପ୍ରସ୍ତୁତ’ ର ଟ୍ରେଲର । ମର୍ଡନ୍ ଟାଇମ୍- ହଜବ୍ୟାଣ୍ଡ ୱାଇଫ୍ ରିଲେସନସିପ୍-କୁ ନେଇ ତିଆରି ହୋଇଛି ଏହି ୱେବ୍ ସିରିଜ୍। ରୋମାଣ୍ଟିକ କମେଡିକୁ ନେଇ ଏହି ଫିଲ୍ମର କାହାଣୀ ପର୍ଯ୍ୟବେଶିତ । ଏଥିରେ ଜଣେ ନାୟକଙ୍କ ସହ ତିନିଜଣ ନାୟିକାଙ୍କ ରୋମାନ୍ସ ଦେଖିବାକୁ ମିଳିବ , ଯାହାକି ଓଡ଼ିଆ ୱେବ୍ ଦୁନିଆରେ ପ୍ରଥମ । ଫିଲ୍ମଟିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି- ଜଣାଶୁଣା ଓଡ଼ିଆ ଟେଲିଭିଜନ ଆଙ୍କର କେପି ,ଗୁଡି । ଅନ୍ୟ ଦୁଇଜଣ ସମାନ୍ତରାଳ ଅଭିନେତ୍ରୀ ହେଲେ- ବବଲୀ ଓ ମୀରା । ତେବେ ଚେନ୍ନାଇର ‘ଆମରା ମ୍ୟୁଜିକ’ ଓ ଓଡ଼ିଶାର ‘ଥ୍ରୀଡି ୱିଜାଡ୍’ର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ହୋଇଛି ଲଭ୍ ରେସିପି । ଏହାର ପ୍ରଯୋଜକ ଅଛନ୍ତି – ନବୀନ ଭଣ୍ଡାରି । କାହାଣୀ, ଚିତ୍ରନାଟ୍ୟ,ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଭଗବତ କର । । ଏହାର ଗୀତ ରଚନା କରିଛନ୍ତି – ବିଜୟ କୁମାର ମହାନ୍ତି ଓ ସମୀର । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି – ସରୋଜ କୁମାର ସାମଲ । ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ ଯୁବକଣ୍ଠଶିଳ୍ପୀ – ତାରିକ ଅଜିଜ, ସୋହିନୀ ମିଶ୍ର, ରୋଜାଲିନ ସାହୁ ଓ ଆଶୁତୋଷ ବେହେରା । ଗୀତ ଗୁଡ଼ିକୁ କୋରିଓଗ୍ରାଫିରେ ସଜାଇଛନ୍ତି – ସାଗରିକା । ୱେବ୍ ସିରିଜର ସହ ନିର୍ଦ୍ଦେଶକ ଅଛନ୍ତି – ଅମିତ କୁମାର ମହାନ୍ତି, ସୈ।ମ୍ୟରଞ୍ଜନ ଦଳବେହେରା ଓ ଭାବନା ମାଥ୍ୟୁ । ପ୍ରଡକ୍ସନ ଡିଜାଇନର ଭାବେ କାର୍ଯ୍ୟ ତୁଲାଇଛନ୍ତି – ସଂଗ୍ରାମ ମହାରଣା । ଏହି ୱେବ୍ ସିରିଜକୁ ଦର୍ଶକ ୟୁଟ୍ୟୁବରେ ‘ଆମରା ମ୍ୟୁଜିକ’ ଚାନେଲରେ ଦେଖିପାରିବେ । ଧାରାବାହିକ କ୍ରମରେ ଏହା ଦେଖିବାକୁ ମିଳିବ ।