ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଯୁବତୀଙ୍କ ମନ: ପ୍ରଥମ ସ୍ବାମୀକୁ ୨ମାସରେ ଛାଡପତ୍ର, ଲିଭ୍‌-ଇନ୍‌ରେ ରହି ପ୍ରେମିକଙ୍କୁ ଦେଲେ ପାନେ, ମୁଣ୍ଡ ଫଟାଇ ଡାକ୍ତରଖାନରେ ପକାଇ ଦେଲେ 

18/12/2021 at 2:44 PM

ନୂଆଦିଲ୍ଳୀ ୧୮।୧୨ :  ରାଜସ୍ଥାନର ଅଲୱାରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣଙ୍କ ହୋସ ଉଡି ଯିବ । ଯେଉଁଠାରେ ଜଣେ ମହିଳା ତାଙ୍କ ପାର୍ଟନଙ୍କୁ ବାଡ଼ିରେ ବାଡେଇ ଆହତ କରିଛନ୍ତି। ଏହା ପରେ ସେ ତାଙ୍କୁ ଡାକ୍ତରଖାନାକୁ ନେଇ ସେଠାରୁ ପଳାଇ ଯାଇଥିଲେ। ମହିଳା ଜଣକ ନିଜ ସାଥୀଙ୍କ ସହିତ ଲାଇଭ-ଇନରେ ରହୁଥିଲେ। ବର୍ତ୍ତମାନ ଘଟଣାକୁ ନେଇ ପୋଲିସ ମହିଳାଙ୍କୁ ଗିରଫ କରିଛି।

ତେବେ ଘଟଣା ଅନୁଯାୟୀ, ଏହି ମାମଲା ଅଲୱାର ଶିବାଜୀ ପୋଲିସ ଷ୍ଟେସନ ଅଞ୍ଚଳର ଅଟେ । ପୁନମ ଜାଟବ ନାମକ ଜଣେ ମହିଳା କରଣ ସିଂ ନାମକ ଜଣେ ବ୍ୟକ୍ତିଙ୍କ ସହ ସହରର ବୁଦ୍ଧ ବିହାର କଲୋନୀରେ ଏକ ଭଡା ଘରେ ରହୁଥିଲେ। ଜୁନ୍ ୨୫ ରେ, ଉଭୟଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା, ଯାହା ପରେ ପୁନମ କରଣଙ୍କ ମୁଣ୍ଡକୁ ବାଡିରେ ଜୋରରେ ମାଡ ମାରିଥିଲେ ।  ଏହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ଏହା ପରେ ମହିଳା ଜଣଙ୍କ କରଣଙ୍କ ପିତାଙ୍କୁ ଡାକି ଏ ସମ୍ପର୍କରେ ସୂଚନା ଦେଇଥିଲେ।  କରଣଙ୍କ ପିତା ମଧ୍ୟ ତାଙ୍କ ବଡ଼ ପୁଅକୁ ଡାକ୍ତରଖାନା ପଠାଇଥିଲେ। ସେଠାରେ ଉକ୍ତ ମହିଳା ଜଣକ କରଣଙ୍କୁ ଅଚେତ ଅବସ୍ଥାରେ ଛାଡି ଚାଲି ଯାଇଥିଲେ। କିନ୍ତୁ ଏହି ସମୟରେ କରଣଙ୍କର ମୃତ୍ୟୁ ହୋଇଥିଲା। କରଣଙ୍କ ପରିବାର ପୁନମଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।

ପୋଲିସ ଏହି ଘଟଣାକୁ କେନ୍ଦ୍ର କରି ତଦନ୍ତ ଆରମ୍ଭ କରିଥିଲା। ପରେ ବହୁ ଖୋଜା ଖୋଜି କରିବା ପରେ ମହିଳାକୁ ଗିରଫ କରିଥିଲା ।  ଏନେଇ ପୋଲିସ କହିଛି ଯେ ପୁନମ ବହୁ ବର୍ଷ ପୂର୍ବେ ବିବାହ କରିଥିଲେ। କିନ୍ତୁ ବିବାହର ଦୁଇମାସ ପରେ ଛାଡପତ୍ର ହୋଇଥିଲା । ଏହା ପରେ ସେ ଅନେକ ବର୍ଷ ଧରି କରଣଙ୍କ ସହିତ ଲିଇଭ-ଇନ୍‌ରେ ରହୁଥିଲେ ।

   Related Posts