ଦେଶରେ ପ୍ରଥମ ଓମିକ୍ରନ ମୃତ୍ୟୁ, ନାଇଜେରିଆ ଫେରନ୍ତାଙ୍କ ହୃଦଘାତରେ ମୃତ୍ୟୁ

Published By : Prameya-News7 Bureau | December 31, 2021 IST

ମହାରାଷ୍ଟ୍ର ୩୧/୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ କାରଣରୁ ଦେଶରେ ମୃତ୍ୟୁର ପ୍ରଥମ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଡିସେମ୍ବର ୨୮ ରେ ପୁଣେର ପିମ୍ପିରି-ଚିଞ୍ଚୱାଡର ଜଣେ ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ ନେଇ ଚିହ୍ନଟ ହୋଇଥିଲେ । ସେହି ୫୨ ବର୍ଷୀୟ ବ୍ୟକ୍ତି ଥିଲେ ନାଇଜେରିଆ ଫେରନ୍ତା ।

ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ସେ ୧୩ ବର୍ଷ ଧରି ମଧୁମେହ ରୋଗରେ ପୀଡିତ ଥିଲେ । ତାଙ୍କ ମୃତ୍ୟୁର କାରଣ ଅଣ-କୋଭିଡ ବୋଲି ଜଣାଯାଇଛି । ଆଜିର NIV ରିପୋର୍ଟରେ ଏହି ବ୍ୟକ୍ତି ଜଣକ ଓମିକ୍ରନ୍ ସଂକ୍ରମିତ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.