ରାଜସ୍ଥାନରେ ବିରୋଧୀ ଦଳ ନେତା କିଏ ହେବେ ତାହା ହାଇକମାଣ୍ଡ ସ୍ଥିର କରିବେ: ଗେହଲୋଟ

Published By : Prameya-News7 Bureau | December 05, 2023 IST

ଜୟପୁର ୫।୧୨: ରାଜସ୍ଥାନ ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ବିଧାୟକ ଦଳର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପାର୍ଟି ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ବିଧାନସଭାରେ ବିରୋଧୀ ଦଳ ନେତା ମନୋନୟନ ନିଷ୍ପତ୍ତି ପାର୍ଟି ହାଇକମାଣ୍ଡ ଉପରେ ଛାଡିବା ଲାଗି ପ୍ରସ୍ତାବ ସର୍ବ ସମ୍ମତ ଗୃହୀତ ହୋଇଛି। ଏହି ବୈଠକରେ ପାର୍ଟିର ସମସ୍ତ ବିଧାୟକ ଯୋଗ ଦେଇଥିଲେ। ତେବେ ରାମଗଡ଼ରୁ କଂଗ୍ରେସ ବିଧାୟକ ତଥା ପୂର୍ବତନ ସାଧାରଣ ସମ୍ପାଦକ ଜୁବେର ଖାନ ଦଳର ପରାଜୟ ନେଇ ପ୍ରଶ୍ନ ଉଠାଇଥିଲେ।

ବୈଠକରେ ପାର୍ଟିର ଆଗାମୀ ରଣନୀତି ଓ ପରାଜୟ ସମ୍ପର୍କିତ ପ୍ରସଙ୍ଗରେ ଚର୍ଚ୍ଚା କରାଯାଇଥିଲା। ନିର୍ବାଚନରେ ଭ୍ରଷ୍ଟାଚାରର ପ୍ରସଙ୍ଗ ମଧ୍ୟ ଉଠିଥିଲା, ତେବେ ଦଳର ପରାଜୟ ନିମନ୍ତେ ବରିଷ୍ଠ ନେତାଙ୍କୁ ଦାୟି କରିବା ପାଇଁ ଦାବି କରାଯାଇଥିଲା। ଏହି ସମୟରେ ସଚ୍ଚିନ ପାଇଲଟଙ୍କ ସମର୍ଥକମାନେ ପାର୍ଟି କାର୍ଯ୍ୟାଳୟରେ ଜୋରଦାର ସ୍ଲୋଗାନ ଦେଇଥିଲେ। ଏଥିରେ ଜୁବେର ଖାନ ଆମେ ଆମ ଯୋଜନାକୁ ତୃଣ ମୂଳ ସ୍ତର ପର୍ଯ୍ୟନ୍ତ ନେଇ ଯାଇପାରିଲେନି ବୋଲି ଅଭିଯୋଗ କରିଥିଲେ।

ବୈଠକ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଥିଲେ ଯେ ହାଇକମାଣ୍ଡ ଯାହାକୁ ବି ବିଧାୟକ ଦଳ ନେତା ମନୋନୟନ କରିବେ ଆମେ ତାଙ୍କୁ ସ୍ୱୀକାର କରିବୁ। ଏହା ଆମର ପରମ୍ପରା ବୋଲି ସେ କହିଛନ୍ତି, ଯାହାକୁ ଆମେ  ପାଳନ କରିବୁ। ତେବେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ପରାଜୟ ସତ୍ତ୍ୱେ କୌଣସି ଠାରେ କଂଗ୍ରେସର ଭୋଟ ସେୟାର ହ୍ରାସ ହୋଇ ନାହିଁ, ଯାହା ଦଳ ପାଇଁ ଏକ ଶୁଭ ସଂକେତ ବୋଲି ଗେହଲୋଟ କହିଛନ୍ତି। ଏଥିରେ ପାର୍ଟିରେ ତାଙ୍କର ଭୂମିକା କଣ ହେବ ବୋଲି ପଚରା ଯିବାରୁ ସେ ଜଣେ ସାଧାରଣ କର୍ମକର୍ତ୍ତାଙ୍କ ଭଳି କାମ କରିବେ ବୋଲି କହିଛନ୍ତି।

ହିନ୍ଦୀଭାଷୀ ରାଜ୍ୟକୁ ଆମେ ଗୋମୂତ୍ର ରାଜ୍ୟ କହୁ…ଡିଏମ୍‌କେ ସାଂସଦଙ୍କ ବିଦାୟୀ ଟିପ୍ପଣୀ, ବିଜେପିର ବିରୋଧ  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.