IPL 2023 : ଚେନ୍ନାଇ ଟିମ୍କୁ ଲାଗିପାରେ ଝଟ୍କା, ପ୍ରଥମ ମ୍ୟାଚ୍ରେ ଖେଳିନପାରନ୍ତି ଧୋନି…
31/03/2023 at 10:55 AM

ଅହମ୍ମଦାବାଦ ୩୧।୦୩ : ଶୁକ୍ରବାରଠୁ ଆରମ୍ଭ ହେବ ଆଇପିଏଲ୍ ୨୦୨୩ ସିଜିନ୍ । ସଂଧ୍ୟା ୭ଟା ୩୦ରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଗୁଜୁରାଟ୍ ଟାଇଟନ୍ସ ମଧ୍ୟରେ ହେବ ମୁକାବିଲା । ହେଲେ ପ୍ରଥମ ମ୍ୟାଚ୍ ପୂର୍ବରୁ ଚେନ୍ନାଇ ଫ୍ୟାନ୍ସକୁ ଲାଗିପାରେ ଝଟ୍କା । ଖେଳିନପାରନ୍ତି କ୍ୟାପଟେନ୍ କୁଲ୍ ।
ପ୍ରଥମ ମ୍ୟାଚ୍ ପୂର୍ବରୁ ଚେନ୍ନାଇ ପାଇଁ ଏକ ଚିନ୍ତାଜନକ ଖବର ଆସିଛି । ଟିମ୍ର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆହତ ସମସ୍ୟା ଲାଗି ପ୍ରଥମ ମ୍ୟାଚ୍ରେ ଖେଳିନପାରନ୍ତି । ଧୋନିଙ୍କ ଖେଳିବା ନେଇ ଏବେ ବି ସସ୍ପେନ୍ସ ଲାଗି ରହିଛି । ମ୍ୟାଚ୍ ପୂର୍ବରୁ ଚାଲିଥିବା ଅଭ୍ୟାସ ସମୟରେ ଧୋନିଙ୍କ ଆଣ୍ଠୁରେ ଆଘାତ ଲାଗିଛି । ଯାହାଫଳରେ ତାଙ୍କ ଖେଳିବା ନେଇ ଅନିଶ୍ଚିତତା ଲାଗି ରହିଛି । ଯଦି ଧୋନି ନଖେଳିପାରନ୍ତି , ତେବେ ତାଙ୍କ ସ୍ଥାନରେ ରବିନ୍ଦ୍ର ଜାଡେଜା କିମ୍ବା ବେନ୍ ଷ୍ଟୋକ୍ସଙ୍କୁ ଅଧିନାୟକ ଦାୟିତ୍ୱ ମିଳିପାରେ । ଡେଭିନ୍ କନ୍ଭୟ ଓ୍ୱିକେଟ୍ କିପର ଭୂମିକା ନିର୍ବାହ କରିପାରନ୍ତି । କିନ୍ତୁ ସିଏସ୍କେ (ଚେନ୍ନାଇ ସୁପର କିଙ୍ଗସ୍)ର ସିଇଓ ଭରଷା ରଖିଛନ୍ତି ଯେ, ଆଇପିଏଲ୍ର ପ୍ରଥମ ମ୍ୟାଚ୍ରେ ଖେଳିପାରନ୍ତି ଧୋନି ।
ସେପଟେ ଗୁଜୁରାଟ୍ ଟାଇଟନ୍ସ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳିନପାରନ୍ତି ସାଉଥ ଆଫ୍ରିକାର ଷ୍ଟାର ବ୍ୟାଟସମ୍ୟାନ୍ ଡେଭିଡ୍ ମିଲର । ନେଦରଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜ୍ ଲାଗି ସେ ଗୁଜୁରାଟ୍ ଟିମ୍ ସହ ଯୋଗଦେଇପାରିବେନି । କିଛି ସମୟ ଧରି ଭଲ ପ୍ରଦର୍ଶନ କରୁଥିବା ରାହୁଲ୍ ତେବତିଆଙ୍କ ବ୍ୟାଟ୍ରୁ ବି ରନ୍ ବର୍ଷା ଦେଖିବାକୁ ମିଳିପାରେ ।