ଭୁବନେଶ୍ବର ୨୫।୯: ମାର୍ଚ୍ଚ ୮ ପୂର୍ବରୁ ସୁଭଦ୍ରା ଯୋଜନାର ସମସ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ପ୍ରଥମ କିସ୍ତି । କିନ୍ତୁ ଦ୍ବିତୀୟ କିସ୍ତି ଏକକାଳୀନ ମହିଳା ଦିବସ ଦିନ କୋଟିଏ ମହିଳାଙ୍କୁ ପ୍ରଦାନ କରାଯିବ । ସୁଭଦ୍ରା ଯୋଜନାକୁ ନେଇ ଏମିତି କିଛି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ବର୍ତ୍ତମାନ ଆରମ୍ଭ ହୋଇଛି । ଅନଲାଇନରେ ଟିକିଏ ସମୟ ଲାଗୁଛି । କିଏ ଆଗ ପାଉଛି କିଏ ପରେ । କିନ୍ତୁ ସମସ୍ତେ ନିଶ୍ଚିତ ପାଇବେ । ଦୁଇ ଦିନ ତଳେ ରିଭ୍ୟୁ କରିଛି । ୯୨ ଲକ୍ଷ ଆବେଦନ କରିସାରିଲେଣି । ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦେଇସାରିଛୁ । ଆଉ ସପ୍ତାହେ ମଧ୍ୟରେ କୋଟିଏ ଆବେଦନ ଆସିଯିବ । ଇ-କେଓ୍ବାଇସି ପାଇଁ ସମୟ ଲାଗୁଛି । ସୁଭଦ୍ରା ପାଇଁ ଯେଉଁ ସ୍ଲାବ୍ ଅଛି କୋଟିଏ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ୧, ୨, ୩, ୪ ସ୍ଲାବ୍ ଅଛି । ତାହା କିଛି ଦିନ ମଧ୍ୟରେ ଫାଇନାଲ ହୋଇଯିବ । ସମସ୍ତ କୋଟିଏ ମହିଳାଙ୍କୁ ସୁନିଶ୍ଚିତ ଟଙ୍କା ମିଳିବ । ବର୍ତ୍ତମାନ ସମସ୍ତେ ଆବେଦନ କରିଛନ୍ତି । ସମସ୍ତଙ୍କୁ ଦେଖିକି ଦେଉଛୁ । କରଦାତାଙ୍କୁ ବାଦ୍ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଉଛି । ଆମେ ଭାବିଥିଲୁ ୮୦ ପ୍ରତିଶତ ସଫଳତା ପାଇବୁ । କିନ୍ତୁ ଆମେ ପୁରା ୨୫ ଲକ୍ଷ ୧୧ ହଜାରଙ୍କୁ ଦେଇ ପାରିଲୁ । କୋଟିଏ ମହିଳାଙ୍କ ନିକଟରେ ଶୀଘ୍ର ପହଞ୍ଚିବୁ । ଟିକିଏ ସମୟ ଲାଗୁଛି, ଟିକିଏ ଅପେକ୍ଷା କରନ୍ତୁ ସମସ୍ତେ ପାଇବେ ।
You Can Read:
ରାଉରକେଲାରେ ପୁଣି ଲଜ୍ଜା, ୪ ଦିନ ମଧ୍ୟରେ ଦୁଇ ଦୁଇଟି ଗଣଦୁଷ୍କର୍ମ ଘଟଣା