AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ମଙ୍କିପକ୍ସର ଯାଞ୍ଚ ପାଇଁ ଆସିଲା ପ୍ରଥମ ସ୍ୱଦେଶୀ କିଟ୍, ଦେଶରେ ଚିହ୍ନଟ ହୋଇସାରିଛି ୧୦ ମାମଲା

19/08/2022 at 9:44 PM

ନୂଆଦିଲ୍ଲୀ: ମଙ୍କିପକ୍ସ ନମୂନା ପରୀକ୍ଷଣ ପାଇଁ ଦେଶର ପ୍ରଥମ ସ୍ୱଦେଶୀ ନିର୍ମିତ ଆରଟିପିସିଆର କିଟ୍ ଆନ୍ଧ୍ର ପ୍ରଦେଶର ମେଡଟେକ ଜୋନରେ ଶୁଭାରମ୍ଭ କରାଯାଇଛି । ଏହି କିଟକୁ ଟ୍ରାନ୍ସ ଏସିଆ ବାୟୋ ମେଡିକାଲ୍ସ ପକ୍ଷରୁ ବିକଶିତ କରାଯାଇଥିବା ଏହି କିଟକୁ କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ ଲଞ୍ଚ କରିଛନ୍ତି । ଟ୍ରାନ୍ସ ଏସିଆ ଏରବା ମଙ୍କିପକ୍ସ ଆରଟି ପିସିଆର କିଟ ବେଶ ସମ୍ୱେଦନଶୀଳ କିନ୍ତୁ ବ୍ୟବହାର ପାଇଁ ସହଜ ଅଟେ।

ଚଳିତ ବର୍ଷ ମଙ୍କିପକ୍ସ କାରଣରୁ ଦୁନିଆରେ ଅଧିକ ମୃତ୍ୟୁ ଆଫ୍ରିକା ମହାଦେଶରେ ଦେଖିବାକୁ ମିଳୁଛି । ଆଫ୍ରିକାରେ ମୋଟ ୩,୨୩୨ ମାମଲା ରୁଜୁ ହୋଇଛି ଏବଂ ୧୦୫ ଜଣଙ୍କ ମୃତ୍ୟୁ ହୋଇଛି । ତେବେ କେବଳ ଗୋଟିଏ ଅଞ୍ଚଳରେ ଏହାର ପୁଷ୍ଟି କରାଯାଇଛି କାରଣ ମହାଦେଶରେ ପର୍ଯ୍ୟାପ୍ତ ସଂସାଧନ ଗୁଡିକର ଅଭବା ରହିଛି । ଭାରତରେ ବର୍ତ୍ତମାନ ସୁଦ୍ଧା ମଙ୍କିପକ୍ସର ୧୦ ମାମଲା ଚିହ୍ନଟ ହୋଇଛି ।

   Related Posts