ଦେଶର ପ୍ରଥମ ଲେଡି ଖଲିଙ୍କୁ ମିଳିବ ଭାରତ ଗୌରବ ଆୱାର୍ଡ

Published By : Prameya-News7 Bureau | June 02, 2019 IST

ଆମେରିକାରେ ଡବ୍ଲୁଡବ୍ଲୁଇର ରିଂଗରେ ନିଜ ଦମ ଦେଖାଇଛନ୍ତି ଭାରତର ପ୍ରଥମ ମହିଳା ରେସଲର କବିତା ଦେବୀ। କବିତାଙ୍କୁ ଭାରତ ଗୌରବ ଆୱାର୍ଡ ଦିଆଯାଇ ତାଙ୍କୁ ସମ୍ମାନିତ କରାଯିବ। କାଲିରମନ ଫାଉଣ୍ଡେସନ ତାଙ୍କୁ ଏହି ଆୱାର୍ଡ ଦେବାର ଘୋଷଣା କରିଛି। ବିଭିନ୍ନ କ୍ଷେତ୍ରରେ ଭାରତର ନାଁ ରଖୁଥିବା ସମ୍ମାନିତ ବ୍ୟକ୍ତିଙ୍କୁ ପ୍ରତି ବର୍ଷ ଭାରତ ଗୌରବ ଆୱାର୍ଡ ଦିଆଯାଏ। ତେବେ ଖେଳ କ୍ଷେତ୍ରରେ ସଫଳତା ହାସଲ କରିଥିବା ଡବ୍ଲୁଡବ୍ଲୁଇର ରେସଲରଙ୍କୁ ମଧ୍ୟ ଏହି ବର୍ଷ ଆୱାର୍ଡ ଦିଆଯିବ। କବିତାଙ୍କ ସ୍ବାମୀ ଗୌରବ ତୋମାର ମଧ୍ୟ ଜଣେ ଭଲିବଲ ଖେଳାଳୀ । ସେ କହିଥିଲେ ଯେ, ଜୁନ ମାସ ୯ ତାରିଖରେ ଦିଲ୍ଲୀର କଣଷ୍ଟିଚ୍ୟୁସନାଲ କ୍ଲବରେ ଆୱାର୍ଡ ଘୋଷଣା ସମାରୋହ ଆୟୋଜନ କରାଯାଇଛି।

{"id":118738}

୧୯୮୬ ମସିହା ସେପଟେମ୍ବର ମାସ ୨୦ ତାରିଖରେ କବିତା ଦଲାଲଙ୍କ ଜନ୍ମ ହରିଆଣାର ଜିନ୍ଦ ଜିଲ୍ଲାରେ ହୋଇଥିଲା। ଭାରତୀୟ ରେସଲିଂଗ ଏଣ୍ଟରଟେନମେଣ୍ଟ (ଡବ୍ଲୁଡବ୍ଲୁଇ)ରେ ତାଙ୍କ ରିଂଗ ନାଁ ହେଉଛି କବିତା ଦେବୀ ଓ ସେ ଏହି ନାଁରେ ପରିଚିତ। ଦ ଗ୍ରେଟ୍‌ ଖଲି କମ୍ପାନୀ ନାମକ ଏକ କଣ୍ଟିନେଣ୍ଟାଲ ରେସଲିଂ ଏଣ୍ଟରଟେନମେଣ୍ଟର ପ୍ରଚାର ପାଇଁ ସେ କୁସ୍ତି ଲଢିବାର ପରୀକ୍ଷଣ ଆରମ୍ଭ କରିଥିଲେ। ଏହା ପରେ ୨୦୧୬ ମସିହା ଜୁନ ମାସ ସେ ବିବି ବୁଲବୁଲର ଚ୍ୟାଲେଞ୍ଜ ସ୍ବୀକାର କରିଥିଲେ। କବୀତା ଜଣେ ସଫଳ ରେସଲର ହେବାର ମୁଖ୍ୟ ପ୍ରେରଣା ଦ ଗ୍ରେଟ ଖଲିକୁ ମାନନ୍ତି।

{"id":118739}

ଭାରତର ଡବ୍ଲୁଡବ୍ଲୁଇରେ କୁସ୍ତି ଲଢିବାର ପ୍ରଥମ ମହିଳା ହେଉଛନ୍ତି କବୀତା । ୨୦୦୯ ମସିହାରେ କବୀତା ନିଜ ବୈବାହିକ ଜୀବନ ଆରମ୍ଭ କରିଥିଲେ। ୨୦୧୦ ମସିହାରେ ସେ ତାଙ୍କ ପ୍ରଥମ ଶିଶୁଙ୍କୁ ଜନ୍ମ ଦେଇଥିଲେ। ମା ହେବା ପରେ ସେ ଖେଳ ଛାଡିଦେବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କ ସ୍ବାମୀ
ତାଙ୍କୁ ଖେଳ ବନ୍ଦ କରିବାକୁ ମନା କରିଲେ ଓ ତାଙ୍କୁ ଖେଳିବା ପାଇଁ ଉତ୍ସାହିତ କରିଥିଲେ। କବୀତା ଦେବୀ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଖେଳି ଭାରତର ପ୍ରତିନିଧିତ୍ବ କରିସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.