AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ୟୁଏସ ସଂଗ୍ରହାଳୟରେ ସ୍ଥାନ ପାଇବାରେ ପ୍ରଥମ ମହିଳା ପାଇଲଟ ହେଲେ କ୍ୟାପ୍ଟେନ ଜୋୟା, ନର୍ଥ ପୋଲ ଉପରେ ଉଡାଇଥିଲେ ଏୟାର ଇଣ୍ଡିଆ ବିମାନ

19/08/2022 at 11:00 PM

ନୂଆଦିଲ୍ଲୀ: ନିଜର ବିମାନ ଉଡାଣ ପାଇଁ ଅନେକ ବିଶ୍ୱ ରେକର୍ଡର ଅଧିକାରୀ ଭାରତୀୟ ପାଇଲଟ ଜୋୟା ଅଗ୍ରୱାଲଙ୍କୁ ଏସଏଫଓ ବିମାନ ସଂଗ୍ରହାଳୟ (ମ୍ୟୁଜିୟମ)ରେ ସ୍ଥାନ ମିଳିଛି । କ୍ୟାପ୍ଟେନ ଜୋୟା ଏୟାର ଇଣ୍ଡିଆର ବିମାନ ବୋଇଙ୍ଗ-୭୭୭ର ବରିଷ୍ଠ ପାଇଲଟ । ତାଙ୍କ ନିକଟରେ ୧୦ ବର୍ଷରୁ ଅଧିକ ବିମାନ ଉଡାଇବାର ଅଭିଜ୍ଞତା ରହିଛି । ଜୋୟା ଅଗ୍ରୱାଲ ଉତ୍ତର ଗୋଲାର୍ଦ୍ଧ( ନର୍ଥ ପୋଲ) ଉପରେ ବିମାନ ଉଡାଇବାରେ ପ୍ରଥମ ଭାରତୀୟ ମହିଳା ପାଇଲଟ । ନର୍ଥ ପୋଲ ଉପରେ ପ୍ରାୟ ୧୬,୦୦୦ କିଲୋମିଟରର ରେକର୍ଡ ଦୂର ଯାଏଁ ଯାତ୍ରା କରିଥିଲେ ।

୨୦୨୧ରେ ପ୍ରଥମ ଥର, ଜୋୟା ଅଗ୍ରୱାଲଙ୍କ ନେତୃତ୍ୱରେ ଏୟାର ଇଣ୍ଡିଆର ଏକ ଅଲ ୱିମେନ ପାଇଲଟ ଟିମ ଆମେରିକାର ସାନ ଫ୍ରାନ୍ସିସ୍କୋରୁ ଭାରତର ବେଙ୍ଗାଲୁରୁ ଯାଏଁ ନର୍ଥ ପୋଲକୁ କଭର କରି ଦୁନିଆରେ ଦୀର୍ଘତମ ଆକାଶମାର୍ଗ ଅତିକ୍ରମ କରିଥିଲେ । ଆମେରିକା ସ୍ଥିତ ବିମାନ ସଂଗ୍ରହାଳୟ ଏୟାର ଇଣ୍ଡିଆର ସମସ୍ତ ମହିଳା ପାଇଲଟଙ୍କ ଉପଲବ୍ଧିରେ ପ୍ରଭାବିତ ହୋଇଥିଲା ଏବଂ ନିଜ ସଂଗ୍ରହାଳୟରେ ସ୍ଥାନ ଦେବାକୁ ପ୍ରସ୍ତାବ ଦେଇଥିଲା ।

ନିକଟରେ ଏସଏଫଓ ସଂଗ୍ରହାଳୟ ଜୋୟା ଅଗ୍ରୱାଲଙ୍କୁ ଏଭିଏସନ କ୍ଷେତ୍ରରେ ଅସାଧାରଣ କ୍ୟାରିୟର ଏବଂ ଦୁନିଆରେ ମହିଳା ସଶସ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କୁ ସମ୍ମାନିତ କରିଥିଲା। ହଜାର ହଜାର ଝିଅ ଏବଂ ଯୁବପୀଢିଙ୍କ ପାଇଁ ଜୋୟା ପ୍ରେରଣାର ଉତ୍ସ।

   Related Posts