scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେମିତି ଦିଶୁଛି ଚନ୍ଦ୍ରମା ? ଚନ୍ଦ୍ରଯାନ-୩ ପଠାଇଥିବା ଭିିଡିଓ ଜାରି କଲା ଇସ୍ରୋ, ଆପଣ ବି ଦେଖନ୍ତୁ

6/08/2023 at 11:20 PM

ଶ୍ରହରିକୋଟା: ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କରିବା ପରେ ଚନ୍ଦ୍ରର ପ୍ରଥମ ଫଟୋ ଓ ଭିଡିଓ ପ୍ରକାଶ ପାଇଛି। ରବିବାର (ଅଗଷ୍ଟ ୬) ପ୍ରଥମ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)  ଚନ୍ଦ୍ରାଯାନ -୩ କ୍ୟାମେରାରେ କଏଦ ହୋଇଥିବା ଫଟୋ ଓ ଭିଡିଓକୁ ଶେୟାର କରିଛି।

ଶନିବାର ଦିନ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ -୩ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲା। ଭିଡିଓରେ ଦେଖାଯାଇଛି ଯେ ଚନ୍ଦ୍ରରେ ନୀଳ ସବୁଜ ରଙ୍ଗର ଅନେକ ଗର୍ତ୍ତ ରହିଛି।

ଚନ୍ଦ୍ରଯାନ-୩ ମିଶନର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ୫ ଅଗଷ୍ଟ, ୨୦୨୩ରେ, ଚନ୍ଦ୍ର ଅର୍ବିଟ୍‌ରେ ପ୍ରବେଶ ସମୟରେ ଚନ୍ଦ୍ରୟାନ -୩ରୁ ଚନ୍ଦ୍ର ପୃଷ୍ଠର ଦୃଶ୍ୟମାନ ହୋଇଥିଲା। ଫଟୋରେ ଚନ୍ଦ୍ରମା ପୃଷ୍ଠ ଆକର୍ଷଣୀୟ ଦିଶୁଛି।

ପଢ଼ନ୍ତୁ-ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩, ଇସ୍ରୋକୁ ମିଳିଲା ବଡ଼ ସଫଳତା

ଇସ୍ରୋ ମିଶନ ମୁନ ଏପର୍ଯ୍ୟନ୍ତ ଭଲରେ ଚାଲିଛି। ବିକ୍ରମ ଲ୍ୟାଣ୍ଡର ଚଳିତ ମାସ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଅବତରଣ କରିବା ବୋଲ ଇସ୍ରୋ ଆଶା ରଖିଛି।

ଆଜକୁ ୨୨ ଦିନ ପୂର୍ବରୁ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଅବତରଣ କରିବାକୁ ଆରମ୍ଭ ନିକ୍ଷେପ କରାଯାଇଥିଲା। କାରଣ ଏଠାରେ ଏପର୍ଯ୍ୟନ୍ତ କୌଣସି ଦେଶ ପହଞ୍ଚି ନାହାଁନ୍ତି। ଯେହେତୁ ଭାରତର ତୃତୀୟ ମାନବ ବିହୀନ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୩ ଶନିବାର ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ପ୍ରବେଶ କରିସାରିଛି, ତେଣୁ ସୁରକ୍ଷିତ ଅବତରଣ ନେଇ ଆଶା ସଂଚାର ହୋଇଛି।

ଦେଖନ୍ତୁ ଇସ୍ରୋ ଛାଡ଼ି ଥିବା ଭିଡିଓ-

   Related Posts