ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଜି-୨୦ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ପ୍ରଥମ ବୈଠକ, ଫେବ୍ରୁଆରୀ ୨୪-୨୫ରେ ବେଙ୍ଗାଲୁରୁରେ ହେବ ଆୟୋଜନ

21/02/2023 at 6:57 PM

ନୂଆଦିଲ୍ଲୀ: ଜି-୨୦ ସଦସ୍ୟ ଦେଶର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକର ଗଭର୍ଣ୍ଣରଙ୍କ ପ୍ରଥମ ବୈଠକ ବେଙ୍ଗାଲୁରୁରେ ଆୟୋଜିତ ହେବ । ଫେବ୍ରୁଆରୀ ୨୪ ଏବଂ ୨୫ ଦୁଇ ଦିନ ଧରି ଏହି ବୈଠକ ଚାଲିବ । ଏହା ପୂର୍ବରୁ ଫେବ୍ରୁଆରୀ ୨୨ରେ ଜି ୨୦ ସଦସ୍ୟ ଦେଶର ଉପ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକର ଉପ-ପ୍ରମୁଖଙ୍କ ମଧ୍ୟରେ ବୈଠକ ହେବ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏହାର ଉଦଘାଟନ କରିବେ ।

ପ୍ରଥମ ବୈଠକରେ ଆର୍ଥିକ କ୍ଷେତ୍ରରେ ଏକବିଂଶ ଶତାବ୍ଦୀର ବୈଶ୍ୱିକ ଆହ୍ୱାନ ଉପରେ ଆଲୋଚନା କରାଯିବ । ବେଙ୍ଗାଲୁରୁରେ ସାମ୍ୱାଦିକ ସମ୍ମଳନୀକୁ ସମ୍ୱୋଧିତ କରି ଅର୍ଥ ମନ୍ତ୍ରାଳୟରେ ଆର୍ଥିକ ମାମଲାର ସଚିବ ଅଜୟ ସେଠ ଏହି ସୂଚନା ଦେଇଛନ୍ତି । ଏହାସହ ସଚିବ କହିଛନ୍ତି ଯେ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ୭୦ରୁ ଅଧିକ ଦେଶର ପ୍ରତିନିଧିମଣ୍ଡଳ ଏବଂ ପ୍ରାୟ 500ରୁ ଅଧିକ ନିମନ୍ତ୍ରିତ ପ୍ରତିନିଧିମଣ୍ଡଳ ଭାଗ ନେବେ । ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ୟ ଦେଶର ଅର୍ଥମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ଆଲୋଚନା କରିବେ ।

ଡିଜିଟାଲ ନେଣଦେଣ, କ୍ରିପ୍ଟୋ ସମ୍ପତ୍ତି ଉପରେ ସମ୍ଭାବିତ ନୀତି ଏବଂ ସୀମାପର ନେଣଦେଣର ନ୍ୟାସନାଲ ପେମେଣ୍ଟ ସିଷ୍ଟମର ଭୂମିକା ଉପରେ ଆଲୋଚନାଚକ୍ର ଆୟୋଜନ କରାଯିବ । ଏପରି ଏକ ବୁଝାମଣା ଉପରେ ଭାରତ ଏବଂ ସିଙ୍ଗାପୁର ଆଜି ହସ୍ତାକ୍ଷର କରିଛନ୍ତି । ସୀମାପାର ବ୍ୟବସ୍ଥା, ମୁଦ୍ରାସ୍ଫୀତି, ଅନ୍ତରାଷ୍ଟ୍ରୀୟ ଋଣ, ସ୍ଥିର ବିକାଶ ଲକ୍ଷ୍ୟ, ସହରଗୁଡିକ ଭିତ୍ତିଭୂମି ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ସ୍ଥିତି ରୋକିବା ଉପରେ ଆଲୋଚନା ପାଇଁ ମଞ୍ଚ ପ୍ରଦାନ କରାଯିବ ।

   Related Posts