ମହାନଦୀରେ ପ୍ରବାହିତ ହେବ ବର୍ଷର ପ୍ରଥମ ବନ୍ୟାଜଳ, ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ସୂଚନା

Published By : Prameya-News7 Bureau | July 30, 2024 IST

କଟକ ୩୦/୦୭: ହୀରାକୁଦ ବନ୍ୟାଜଳ ଛାଡିବା ପରେ ଆଜି ମହାନଦୀରେ ପ୍ରବାହିତ ହେବ ବର୍ଷର ପ୍ରଥମ ବନ୍ୟାଜଳ । ମୁଣ୍ଡଳି ଦେଇ ୫ ଲକ୍ଷ କ୍ୟୁସେକରୁ ଉର୍ଦ୍ଧ ଜଳ ପ୍ରବାହିତ ହେବ । ସକାଳ ୯ଟା ସୁଦ୍ଧା ଏହି ଜଳ ପ୍ରବାହିତ ହେବା ଆରମ୍ଭ ହେବ । ତଳି ଅଞ୍ଚଳବାସୀଙ୍କୁ ପୂର୍ବରୁ ସତର୍କ କରାଯାଇଛି । 

ସୋମବାର ରାତି ୯ଟା ସୁଦ୍ଧା ଖଇରମାଳ ଦେଇ ୫ ଲକ୍ଷ ୨ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିଲା । ବରମୂଳ ୪ ଲକ୍ଷ ୨୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ବର୍ତ୍ତମାନ ମୁଣ୍ଡଳି ଦେଇ ୧ ଲକ୍ଷ ୨୭ ହଜାର କ୍ୟୁସେକ ପ୍ରବାହିତ ହେଉଛି । ଯୋବ୍ରା ଦେଇ ୮୩ ହାଜର କ୍ୟୁସେକ ହେବ । ନରାଜ ଦେଇ କାଠଯୋଡିରେ ମଧ୍ୟ ୫୩ ହଜାର କ୍ୟୁସେକ ଜଳ ପ୍ରବାହିତ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.