ମୁଣ୍ଡଳିରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ, ଫୁଲୁଛି ମହାନଦୀ ଓ ଅନ୍ୟ ଶାଖା ନଦୀର ଜଳସ୍ତର

Published By : Prameya-News7 Bureau | July 30, 2024 IST

କଟକ ୩୦/୦୭: କଟକ ମୁଣ୍ଡଳି ବ୍ୟାରେଜରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ । ଫଳରେ ଫୁଲୁଛି ମହାନଦୀ ଓ ଅନ୍ୟ ଶାଖା ନଦୀର ଜଳସ୍ତର । ଜଳ ସମ୍ପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ବାଲେଶ୍ୱର ମାଥାନୀଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ବରମୂଳଠାରେ ଏହା ସ୍ଥିର ରହିଛି । 

ତେବେ ଅନ୍ୟ ସ୍ଥାନ ମାନଙ୍କରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ସେଭଳି କୌଣସି ସୂଚନା ନାହିଁ । ତେବେ ଆଜି ମୁଣ୍ଡଳିରେ ହୀରାକୁଦ ପାଣି ପହଞ୍ଚିଥିବାରୁ ମହାନଦୀରେ ଜଳସ୍ତର ବଢୁଛି । ଏହା ବଢିବ ମଧ୍ୟ । ତେବେ ଏଠାରେ ଜଳ ପ୍ରବାହ ୫.୧୦ ଲକ୍ଷ କ୍ୟୁସେକ୍ ମଧ୍ୟରେ ରହିବ । ତେଣୁ ବନ୍ୟା ନେଇ କୌଣସି ଭୟ ନାହିଁ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟଯନ୍ତ୍ରୀ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.