ଦେଶର ପ୍ରଥମ ଶହୀଦ ମହିଳା ଅଫିସର କିରଣ ଶେଖାଓ୍ବତ : ତାଙ୍କ ନାଁରେ ହୋଇଥିବା ପ୍ରତିଶ୍ରୃତି ହୋଇନାହିଁ ଏଯାଏଁ ପୂରଣ

Published By : Prameya-News7 Bureau | January 27, 2019 IST

ଝୁଞ୍ଝୁଣୁ ୨୭/୧: ଲେଫ୍ଟନାଣ୍ଟ କିରଣ ଶେଖାଓ୍ବତଙ୍କୁ ଅନ ଡ୍ୟୁଟି ଶହୀଦ ହୋଇଥିବା ପ୍ରଥମ ମହିଳା ସୈନିକ ଭାବେ ଜଣାଯାଏ। କିରଣ ରାଜସ୍ଥାନର ଝୁଞ୍ଝୁଣୁରେ ରହୁଥିଲେ ଏବଂ ଏହି ରାଜ୍ୟ ଦେଶକୁ ସବୁଠୁ ଅଧିକ ସୈନିକ ଯୋଗାଇଛି। ଖାସ୍ କଥା ହେଉଛି ଏହା ଯେ ଏଠାକାର ଝିଅମାନେ ମଧ୍ୟ ସେନାରେ ଯୋଗ ଦେଇଥାନ୍ତି।

{"id":78575,"width":593,"height":388}

ଦେଶର ସବୁଠୁ ଅଧିକ ସୈନିକ ମଧ୍ୟ ଏହି ଜିଲ୍ଲାରେ ଶହୀଦ ହୋଇଛନ୍ତି। ଏହି ଜିଲ୍ଲା ପାଇଁ ଗର୍ବର ବିଷୟ ହେଉଛି ଏହା ଯେ ଡ୍ୟୁଟି ସମୟରେ ଶହୀଦ ହୋଇଥିବା ପ୍ରଥମ ମହିଳା ଅଧିକାରୀ ମଧ୍ୟ ଏହି ଜିଲ୍ଲାର। ନାଭିରେ ଲେଫ୍ଟନାଣ୍ଟ ଥିବା କିରଣ ଶେଖାଓ୍ବତ ୨୦୧୫ ମସିହା ମାର୍ଚ ୨୪ତାରିଖ ରାତିରେ ଗୋଆରେ ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ଏଥିରେ ଶହୀଦ ହୋଇ ଯାଇଥିଲେ।

{"id":78576,"width":595,"height":396}

କିରଣଙ୍କ ବିବାହ ହରିୟାଣାର ମେଓ୍ବାତର କୁରୁଥଳା ଗାଁର ବିବେକ ସିଂ ଛୋକରଙ୍କ ସହ ହୋଇଥିଲା। ବିବେକ ମଧ୍ୟ ଭାରତୀୟ ନୈାସେନାରେ ଲେଫ୍ଟନାଣ୍ଟ ପଦରେ କାର୍ଯ୍ୟରତ। କିରଣଙ୍କ ପିତା ବିଜେନ୍ଦ୍ର ସିଂ ଶେଖାଓ୍ବତ ଏବଂ ଶ୍ବଶୁର ଶ୍ରୀଚନ୍ଦ ମଧ୍ୟ ନୈାସେନାରୁ ଅବସର ଗ୍ରହଣ କରିଛନ୍ତି। କିରଣଙ୍କ ଶାଶୁ  ସୁନିତା ଦେବୀ ଗାଁରେ ସରପଞ୍ଚ। ସୂଚନା ଅନୁସାରେ କିରଣଙ୍କ ବଡ଼ ଯାଆ ମଧ୍ୟ କୋଷ୍ଟ ଗାର୍ଡ଼ରେ ପାଇଲଟ୍।

{"id":78577,"width":595,"height":389}

କିରଣଙ୍କ ପ୍ରାଣାହୁତି ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗାଁରେ ଏକ କଲେଜ ଖୋଲିବାର ଘୋଷଣା କରିଥିଲେ। କିନ୍ତୁ ପାଖାପାଖି ୪ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ଯାଏଁ କଲେଜ ଖୋଲିବା ତ ଦୂରର କଥା ଏଥିପାଇଁ ଜମି ମଧ୍ୟ ଦେଖାଯାଇନାହିଁ।

{"id":78578,"width":593,"height":364}

ଯେତେବେଳେ ଗାଁ ଲୋକମାନେ ଅଧିକାରୀଙ୍କ ସହ ଏ ବିଷୟରେ କଥା ହୋଇଥିଲେ ଅଧିକାରୀମାନେ କହିଥିଲେ ଯେ ଏହି ଗାଁରେ ମହିଳା କଲେଜର କୈାଣସି ଆବଶ୍ୟକତା ନାହିଁ। କାରଣ ପାଖରେ ଅନ୍ୟ ଏକ କଲେଜ ରହିଛି। ଗାଁଲୋକଙ୍କ ଅଭିଯୋଗ ହେଉଛି ଏହା ଯେ ସମଗ୍ର ହରିୟାଣାରେ କିରଣଙ୍କ ନାଁରେ କିଛି ନାହିଁ। ୨୦୧୫ରୁ ଏହି ସମ୍ପର୍କରେ ଲଗାତାର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖାଯାଇଛି। ଏହା ସହିତ ହରିୟାଣାର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ମଧ୍ୟ ଚିଠି ଲେଖାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.