ନିର୍ଭୟାଙ୍କୁ ଗୁରୁତର ଅବସ୍ଥାରେ ଦେଖିଥିବା ପ୍ରଥମ ବ୍ୟକ୍ତି କହିଲେ, ସେହି ରାତିର କଥା ଏବେ ବି ମନେ ପଡ଼ୁଛି...

Published By : Prameya-News7 Bureau | March 21, 2020 IST

ନୂଆଦିଲ୍ଲୀ୨୧/୩: ଗଣଦୁଷ୍କର୍ମ ପରେ ଗୁରୁତର ଅବସ୍ଥାରେ ନିର୍ଭୟାଙ୍କୁ ପ୍ରଥମେ ଦେଖିଥିବା ବ୍ୟକ୍ତି ରାଜ କୁମାର ବଖାଣିଲେ ସେହି କାଳ ରାତିର କଥା। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ ମିନିଟ୍‌ରେ ତିହାର ଜେଲ୍‌ରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବା ପରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି। ସେହିପରି ନିର୍ଭୟାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦେଖିଥିବା ରାଜ କୁମାର ମଧ୍ୟ ନିଜର ଖୁସି ଜାହିର କରିଛନ୍ତି। ୨୦୧୨ ମସିହା ଡିସେମ୍ବର ୧୬ ତାରିଖ ରାତିରେ ଘଟିଥିବା ଘଟଣା ସଂପର୍କରେ ଗୋଟି ଗୋଟିକରି କହିଥିଲେ।

{"id":242034,"sizeSlug":"large"}

୨୦୧୨ ମସିହା ଡିସେମ୍ବର ୧୬ ତାରିଖ ରାତିରେ ୬ ଦୋଷୀ ମିଶି ନିର୍ଭୟାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଗୁରୁତର ଅବସ୍ଥାରେ ଗୁରୁଗ୍ରାମ ଟୋଲ ପ୍ଲାଜା ନିକଟରେ ପଡ଼ି ରହିଥିବା ନିର୍ଭୟାଙ୍କୁ ପ୍ରଥମେ ରାଜକୁମାର ଦେଖିଥିଲେ। ଚାରି ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବା ପରେ ଜେଲ୍‌ ବାହାରେ ରାଜକୁ ମାର ଓ ତାଙ୍କ ପତ୍ନୀ ବହୁତ ଖୁସି ହୋଇଥିଲେ। ଉପସ୍ଥିତ ଥିବା ଲୋକମାନଙ୍କୁ ସେହି କାଳରାତିର ଘଟିଥିବା ଘଟଣା ସଂପର୍କରେ କହିଥିଲେ। ଏଭଳି ବ୍ୟକ୍ତିଙ୍କୁ ଫାଶୀର ଆବଶ୍ୟକତା ରହିଛି। ଯାହାଫଳରେ ଦେଶରେ ଦୁଷ୍କର୍ମ ମାତ୍ରାର କମ୍‌ ହୋଇଯିବ। ଭାରତର ନ୍ୟାୟିକା ବ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ ରହିଛି ବୋଲି ରାଜ କୁମାର କହିଛନ୍ତି।

{"id":242035,"sizeSlug":"large"}

ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ ମିନିଟ୍‌ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବ। ଏହି କଥା ଶୁଣିବା ମାତ୍ରେ ସକାଳ ୫ଟାରେ ତିହାର ଜେଲ୍‌ ଫାଟକରେ ପହଞ୍ଚିଥିଲେ ରାଜ କୁମାର। ସେ କହିଥିଲେ,  ସେହିଦିନର କଥା ମନେ ପଡୁଛି, ମହିପାଲପୁର ଦେଇ ଫେରିବା ସମୟରେ ବଞ୍ଚାଅ, ବଞ୍ଚାଅ  ବୋଲି କିଏ ଜଣେ ଚିତ୍କାର କରୁଥିଲେ। ଏହି ଆଓ୍ବାଜ ଶୁଣିବା ପରେ ରାଜ କୁମାର ସେଠାରେ ନିଜ ବାଇକ ରଖି ଦେଇଥିଲେ। ଅଚାନକ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ସେହି ସ୍ଥାନରେ ଚିତ୍କାର କରୁଥିଲେ। ଏହା ପରେ ରାଜକୁମାର ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ତା ପରଦିନ ନିର୍ଭୟା ଘଟଣା ସାରା ଦେଶରେ ଆନ୍ଦୋଳ ସୃଷ୍ଟି କରିଥିଲା। ସେ ଯେତେ ଚାହିଁଲେ ବି ନିର୍ଭୟାଙ୍କୁ ବଞ୍ଚାଇ ପାରିଲେ ନାହିଁ। ସେଥିପାଇଁ ରାଜ କୁମାର ଦୁଃଖ ପ୍ରକାଶ କରିଥିଲେ। ସେହି ଦିନର ଘଟଣା ତାଙ୍କ ଆଖି ସାମ୍ନାରେ ଜଳଜଳ କରି ଦେଖାଯାଉଥିବା ପ୍ରେମକୁମାର କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.