ଘନ କୁହୁଡିରେ ଅସ୍ତବ୍ୟସ୍ତ ଜନଜୀବନ, ୧୦ ମିଟର ଯାଏଁ ଦେଖାଗଲାନି ରାସ୍ତା

Published By : Prameya-News7 Bureau | October 01, 2024 IST

ବଣାଇ ୦୧/୧୦: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳର ପ୍ରଥମ ଘନ କୁହୁଡି । ଏପରି କୁହୁଡି ହେଉଛି ୧୦ ମିଟର ପର୍ଯ୍ୟନ୍ତ ଦେଖାଯାଉନି । ଗାଡି ଚାଳକଙ୍କ ଲାଗି ଅସୁବିଧା ହେଉଥିବା ବେଳେ ପରିବେଶ ବେଶ ସୁନ୍ଦର ଲାଗୁଛି । ପ୍ରଥମ କୁହୁଡି ଯୋଗୁ ଅଧିକାଂଶ ଲୋକ ଏହି ସୁନ୍ଦର ଦୃଶ୍ୟକୁ ଦେଖିବାକୁ ବାହାରି ପଡିଛନ୍ତି । ମଙ୍ଗଳବାର ସକାଳୁ ଦେଖିବାକୁ ମିଳିଥିଲା ଏ ଦୃଶ୍ୟ । 


ସୂଚନା ଥାଉକି ରାଜ୍ୟରେ ଅଧିକାଂଶ ସ୍ଥାନରେ ଅନୁଭୂତ ହେଉଛି ଖରା ଗରମର ପ୍ରକୋପ । ଏହାରି ଭିତରେ ସୁନ୍ଦରଗଡ ବଣାଇରେ ଦେଖିବାକୁ ମିଳିଛି କୁହୁଡିର ଝଲକ । ସକାଳୁ ସକାଳୁ ଗନ କୁହୁଡିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.