Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଆଜି ଇଡେନ ଗାର୍ଡେନରେ ଭାରତ ଓ ବାଂଲାଦେଶ ୨ୟ ଟେଷ୍ଟ ମ୍ୟାଚ : ପିଙ୍କ ବଲରେ ଖେଳାଯିବ ମ୍ୟାଚ

22/11/2019 at 7:33 AM

କୋଲକାତା ୨୨।୧୧: ଆଜି କୋଲକାତା ଇଡେନ୍ ଗାର୍ଡେନରେ ଭାରତ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ଟେଷ୍ଟ ମ୍ୟାଚର ପ୍ରମୁଖତା ହେଉଛି ଯେ , ଭାରତ ତାର ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି । ଏହି ମ୍ୟାଚ୍ ପୁଣି  ପିଙ୍କ୍ ବଲ୍ ରେ ଖେଳାଯିବ । ତେଣୁ କୋଲକାତା ଇଡେନ୍ ଗାର୍ଡେନ୍ ସହ ଐତିହାସିକ ସିଟିକୁ ପୂରା ଗୋଲାପି ରଙ୍ଗରେ ସଜେଇ ଦିଆଯାଇଛି ।  ଦିନ ଗୋଟାଏରୁ ଏହି ମ୍ୟାଚ୍ ଆରମ୍ଭ ହେବ ।

ଗୋଲାପି ରଙ୍ଗରେ ସଜେଇ ହୋଇଛି କୋଲକାତା । କାରଣ ଇଡେନ୍ ଗାର୍ଡେନରେ ଭାରତ ଖେଳିବାକୁ ଯାଉଛି ପ୍ରଥମ ଡେ ଆଣ୍ଡ ନାଇଟ୍ ଟେଷ୍ଟ ମ୍ୟାଚ୍ । ପାରମ୍ପରିକ ଲାଲ୍ ବଲ୍ ପରିବର୍ତ୍ତେ ପ୍ରଥମ ଥର ପାଇଁ ଭାରତ ପିଙ୍କ୍ ବଲରେ ଖେଳିବ ମ୍ୟାଚ।  ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ଏହି ଟେଷ୍ଟ ମ୍ୟାଚକୁ ପିଙ୍କ ବଲରେ କରିବାକୁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପିଙ୍କ୍ ବଲ୍ ଟେଷ୍ଟ ପାଇଁ ସବୁଠାରୁ ଉପଯୁକ୍ତ ଭେନ୍ୟୁ ହୋଇପାରିବ ଇଡେନ୍ ଗାର୍ଡେନ୍ । କାରଣ ଏଠି ସମସ୍ତ ପ୍ରକାର ସୁବିଧା ରହିଛି । ଦିଲ୍ଲୀପ ଟ୍ରଫିରେ ଦିବାରାତ୍ର ମ୍ୟାଚରେ କୋକାବୁରା ବଲର ବ୍ୟବହାର କରାଯାଇଥିଲା । ଏହି ଟେଷ୍ଟ ମ୍ୟାଚ୍ ପାଇଁ ଏସଜି ବଲ ବ୍ୟବହାର କରାଯିବ,  ଯାହାକି  ଅଧିକ ସ୍ପିନ ହେବ।  ଲାଲ୍ ବଲ୍ ତୁଳନାରେ ପିଙ୍କ୍ ବଲର ବାହାର ଭାଗ ଅଧିକ ଚିକ୍କଣ ଥାଏ । ତେଣୁ ଘାସ ଏଠାରେ ପ୍ରମୁଖ ଭୂମିକା ନେବ । ଇଡେନ ଗାର୍ଡେନରେ ଆଉଟଫିଲ୍ଡରେ ଅଧିକ ଘାସ ରହିଛି। ଏହାସହ ଏଠାକାର ପିଚରେ କଳା ମାଟି ମଧ୍ୟ ଚିକ୍କଣ। 

ଏହି ଦିବାରାତ୍ର ଟେଷ୍ଟ ମ୍ୟାଚକୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବେଲ୍ ବଜାଇ ଉଦଘାଟନ କରିବେ । ସେହିପରି ମ୍ୟାଚ୍ ପାଇଁ ପାରା ଟ୍ରୁପରର୍ସ ବଲ୍ ଧରି ପଡିଆରେ ଓହ୍ଲାଇବେ ଏବଂ ଦୁଇ କ୍ୟାପଟେନ୍କୁ ଏହା ହସ୍ତାନ୍ତର କରିବେ । ପ୍ରଥମ ଟେଷ୍ଟରେ ଭାରତ ଏକପାଖିଆ ବିଜୟ ହାସଲ କରିଥିବାରୁ ଏହ ମ୍ୟାଚ୍ ଭାରତ ଆଡଭାଣ୍ଟେଜରେ ରହିବ ।

   Related Posts