ଗଣତନ୍ତ୍ର ଦିବସରେ ଲଞ୍ଚ୍ ହେବ ବିଶ୍ୱର ପ୍ରଥମ କୋଭିଡ୍‌-୧୯ ନାସାଲ ଭ୍ୟାକ୍ସିନ

Published By : Prameya-News7 Bureau | January 21, 2023 IST

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ଲଞ୍ଚ ହେବାକୁ ଯାଉଛି ବିଶ୍ୱର ପ୍ରଥମ କୋଭିଡ୍-୧୯ ନାସାଲ୍‌ ଭ୍ୟାକ୍ସିନ। ଜାନୁଆରୀ ୨୬ ତାରିଖରେ ସ୍ୱଦେଶୀ କମ୍ପାନୀ ଭାରତ ବାୟୋଟେକ୍ ନିଜର ଇଣ୍ଟ୍ରାନାସାଲ କୋଭିଡ୍ ଭ୍ୟାକ୍ସିନ iNCOVACC ଲଞ୍ଚ୍ କରିବ। ଶନିବାର ଏହି ସୂଚନା ଦେଇଛନ୍ତି କମ୍ପାନୀର ଚେୟାରମ୍ୟାନ୍ ତଥା ଏମ୍‌ଡି କୃଷ୍ଣା ଇଲା।

ମଧ୍ୟପ୍ରଦେଶ ଭୋପାଳର ଭାରତୀୟ ଅନ୍ତର୍ଜାତୀୟ ବିଜ୍ଞାନ ପର୍ବ(IISF)ରେ ଯୋଗ ଦେଇ ଇଲା ଏହି ସୂଚନା ଦେଇଛନ୍ତି। ତା ସହିତ ବର୍ତ୍ତମାନ ଗୋରୁଙ୍କ ଠାରେ ଦେଖାଯାଉଥିବା ଲମ୍ପି ଚର୍ମରୋଗ ପାଇଁ ମଧ୍ୟ ଆସନ୍ତା ମାସରେ ଭ୍ୟାକ୍ସିନ ଲଞ୍ଚ୍ କରିବ ବୋଲି ଇଲା କହିଛନ୍ତି।

ସେ କହିଛନ୍ତି “ ଜାନୁଆରୀ ୨୬ ଗଣତନ୍ତ୍ରର ଦିନରେ ଆମ ଭ୍ୟାକ୍ସିନ ଅଫିସିଆଲି ଲଞ୍ଚ୍ ହେବ।” ମୌଲାନା ଆଜାଦ ନ୍ୟାସ୍‌ନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ(MANIT)ରେ ଆୟୋଜିତ IISFରେ ଯୋଗ ଦେଇ ଭବିଷ୍ୟତର ଯୁବ ବୈଜ୍ଞାନିକଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ଇଲା।  

ଗତବର୍ଷ ଡିସେମ୍ବର ମାସରେ ଭାରତ ବାୟୋଟେକ୍ କମ୍ପାନୀ କୋଭିଡ୍‌-୧୯ ଇଣ୍ଟ୍ରନାସାଲ ଭ୍ୟାକ୍ସିନ ଲଞ୍ଚ କରିବା ନେଇ ଘୋଷଣା କରିଥିଲା। ଏହାର ସରକାରୀ ମୂଲ୍ୟ ଡୋଜ୍‌ ପ୍ରତି ୩୨୫ ଟଙ୍କା ହେବ ଓ ଘରୋଇ ହସ୍‌ପିଟାଲ୍‌ରେ ଏହାର ମୂଲ୍ୟ ୮୦୦ ଟଙ୍କା ହେବ ବୋଲି କମ୍ପାନୀ ଘୋଷଣା କରିଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.