LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସିଲିକନ୍ ଭ୍ୟାଲି ବ୍ୟାଙ୍କକୁ ମିଳିଲା ସହଯୋଗର ହାତ, କିଣିଲା ଫାର୍ଷ୍ଟ ସିଟିଜନ୍ସ ବ୍ୟାଙ୍କ

27/03/2023 at 4:35 PM

ନୂଆଦିଲ୍ଲୀ: ଆର୍ଥିକ ସଂକଟରେ ଥିବା ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କକୁ ନେଇ ବଡ଼ ଖବର ସାମନାକୁ ଆସିଛି । ସିଲିକନ ଭ୍ୟାଲି ବ୍ୟାଙ୍କକୁ ଫାର୍ଷ୍ଟ ସିଟିଜନ୍ସ ବ୍ୟାଙ୍କ କିଣି ନେଇଛି । ବ୍ୟାଙ୍କକୁ ଆର୍ଥିକ ସଂକଟରୁ ବାହାର କରିବା ପାଇଁ ଫାର୍ଷ୍ଟ ସିଟିଜନ ବ୍ୟାଙ୍କ ଏହାକୁ ଫେଡେରାଲ ଡିପୋଜିଟ୍ ଇନସ୍ୟୁରାନ୍ସ କର୍ପୋରେସନଠାରୁ କିଣି ନେଇଛି ।

ସୋମବାର ଫେଡେରାଲ ଡିପୋଜିଟ୍ ଇନସ୍ୟୁରାନ୍ସ କର୍ପୋରେସନ ପକ୍ଷରୁ ଜାରି ଏକ ବୟାନରେ ଏହା କୁହାଯାଇଛି । ଏହାସହ ଫାର୍ଷ୍ଟ ସିଟିଜନ୍ସ ବ୍ୟାଙ୍କ ଏବଂ ଟ୍ରଷ୍ଟ, ସିଲିକନ ଭ୍ୟାଲି ବ୍ୟାଙ୍କର ସମସ୍ତ ଡିପୋଜିଟ୍ ଏବଂ ଲୋନକୁ କିଣିବା ପାଇଁ ରାଜି ହୋଇଛି ।

ଏଫଡିଆଇସି ନିଜ ବୟାନରେ କହିଛି ଯେ ମାର୍ଚ୍ଚ ୨୭ରେ ସିଲିକନ ଭ୍ୟାଲି ବ୍ରିଜ ବ୍ୟାଙ୍କ, ନ୍ୟାସନାଲ ଆସୋସିଏସନର ୧୭ ଶାଖା ଫାର୍ଷ୍ଟ ସିଟିଜନ୍ସ ନାଁରେ ଖୋଲିବ । ସିଲିକନ ଭ୍ୟାଲି ବ୍ୟାଙ୍କର ଗ୍ରାହକ ଏହି ବ୍ରାଞ୍ଚଗୁଡିକର ଉପଯୋଗ କରିପାରିବେ । ତେବେ ଏଥିପାଇଁ ଫାର୍ଷ୍ଟ ସିଜିଜନ୍ସରୁ ମିଳିଥିବା ନୋଟିସର ଆବଶ୍ୟକତା ପଡିବ । ଏହାସହ ବୟାନରେ ଏହା ମଧ୍ୟ କୁହାଯାଇଛି ଯେ ଏହାର ଅନ୍ୟ ବ୍ରାଞ୍ଚଗୁଡିକରେ ବ୍ୟାଙ୍କିଂ ସର୍ଭିସ୍ ଅନୁମତି ଦେବା ପାଇଁ ସିଷ୍ଟମରେ ପରିବର୍ତ୍ତନ ହୋଇସାରିଛି ।

ମାର୍ଚ୍ଚ ୧୦ର ଡାଟା ଅନୁସାରେ ସିଲିକନ ଭ୍ୟାଲି ବ୍ୟାଙ୍କର ମୋଟ ସମ୍ପତ୍ତି ୧୬୭ ବିଲିୟନ ଡଲାର ରହିଥିଲା । ଏହାର ମୋଟ ଡିପୋଜିଟ୍ ୧୧୯ ବିଲିୟନ ଡଲାର ରହିଥିଲା । ଏଥିରେ ୭୨ ବିଲିୟନ ଡଲାରର ସମ୍ପତ୍ତି କିଣା ସାମିଲ ରହିଛି, ଯାହା ଉପରେ ୧୬.୬ ବିଲିୟନ ଡଲାରର ରିହାତି ରହିଛି । ଏଫଡିଆଇସି ପାଖରେ ପ୍ରାୟ ୯୦ ବିଲିୟନ ଡାଲର ସିକ୍ୟୁରିଟିଜ୍ ଏବଂ ରିସିଭରଶିପ୍ ରହିଛି । ଫେଡେରାଲ ରିଜର୍ଭ ଡାଟା ଅନୁସାରେ ୨୦୨୨ର ଶେଷ ସୁଦ୍ଧା ସମ୍ପତ୍ତି ମାମଲାରେ ଫାର୍ଷ୍ଟ ସିଟିଜନ୍ସ ଆମେରିକାର ୩୦ତମ ସର୍ବବୃହତ ବ୍ୟାଙ୍କ ଅଟେ ।

   Related Posts