ପ୍ରଥମ ଥର ପାଇଁ ଟାଟା ନେକ୍ସନ୍ କାର୍ରେ ଲାଗିଲା ନିଆଁ; ହୁତୁ ହୁତୁ ହୋଇ ଜଳିଗଲା ଗାଡ଼ି, ଦେଖନ୍ତୁ ଭିଡିଓ
23/06/2022 at 4:15 PM

ମୁମ୍ୱାଇ ୨୩/୦୬ : ଭାରତରେ ଇଲୋକ୍ଟ୍ରୋନିକ୍ କାର୍ରେ ନିଆଁ ଲାଗିବାର ପ୍ରଥମ ଘଟଣା ସାମ୍ନାକୁ ଆସିଛି। ଏବେ ସବୁଠାରୁ ଲୋକପ୍ରିୟ ଓ ଅଧିକ ବିକ୍ରି ହେଉଥିବା ଟାଟା ନେକ୍ସନ କାର୍ରେ ଏପରି ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଏପରି ଘଟଣା ଜୁନ୍ ୨୨ ବିଳମ୍ୱିତ ରାତିରେ ମୁମ୍ୱାଇର ପଞ୍ଚବଟି ହୋଟେଲ୍ ପାଖରେ ଦେଖିବାକୁ ମିଳିଛି। ଟାଟା ନେକ୍ସନ ଇଭି କାର୍ରେ ନିଆ ଲାଗିଥିବାର ଭିଡିଓ ଏବେ ସାମାଜିକ ଗଣ ମାଧ୍ୟମରେ ଭାଇରାଲ୍ ହୋଇଛି।
କାର୍ରେ ନିଆଁ ଲାଗିବାର ପ୍ରଥମ ଘଟଣା ସାମ୍ନାକୁ ଆସିବା ପରେ କମ୍ପାନୀ କହିଛି ଯେ ଏହି ଘଟଣା ବିଷୟରେ ଜାଣିବା ପାଇଁ ବିସ୍ତୃତ ଯାଞ୍ଚ କରାଯାଉଛି। ଯାଞ୍ଚ ପରେ ଆମେ ବିସ୍ତୃତ ପ୍ରତିକ୍ରିୟା ଦେବୁ। ଆମେ ଆମର ଗାଡ଼ି ଓ ଗାଡ଼ିର ବ୍ୟବହାରକର୍ତ୍ତାଙ୍କ ସୁରକ୍ଷା ପାଇଁ ପ୍ରତିଦ୍ଧ।
ସୂଚନା ଥାଉକି, ଟାଟା ନେକ୍ସନ୍ ଇଭି ଭାରତରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ଇଲେକ୍ଟ୍ରୋନିକ୍ କାର୍ ଅଟେ। ଗୋଟିଏ ମାସରେ ଅତିକମ୍ରେ ଏହାର ୨,୫୦୦ ରୁ ୩୦୦୦ଟି କାର୍ ବିକ୍ରି ହୋଇଥାଏ। କମ୍ପାନୀ ଏବେ ପର୍ଯ୍ୟନ୍ତ ୩୦ହଜାର୍ ନେକ୍ସନ୍ ଇଭିଏସ କାର୍ ବିକ୍ରି କରି ସାରିଛି।
Tata Nexon EV catches massive fire in Vasai West (near Panchvati hotel), a Mumbai Suburb, Maharashtra. @TataMotors pic.twitter.com/KuWhUCWJbB
— Kamal Joshi (@KamalJoshi108) June 22, 2022
ରିପୋର୍ଟ ଅନୁସାରେ କାର୍ର ମାଲିକ କାର୍କୁ ତାଙ୍କ ଅଫିସ୍ରେ ସାମାନ୍ୟ ସ୍ଲୋ ଚାର୍ଜରେ ଚାର୍ଜ କରିଥିଲେ। ତାପରେ ତାଙ୍କ ଘର ଅଭିମୁଖେ ୫ କିମି ଯିବା ପରେ ତାଙ୍କ କାର୍ରୁ କିଛି ଭୟଙ୍କର ଶବ୍ଦ ଶୁଭିଥିଲା। କାର୍ର ଡାସ୍ବୋର୍ଡରେ ସତର୍କତା ମୂଳକ ନୋଟିଫିକେସନ୍ ଆସିଥିଲା। କାର୍କୁ ଅଟକାଇ ବାହାରକୁ ଗାଡ଼ି ଚାଳକଙ୍କୁ ବାହାରକୁ ଯିବା ପାଇଁ ନୋଟିଫିକେସନ୍ ଆସିଥିଲା। ଏହାପରେ ଗାଡ଼ିରେ ନିଆଁ ଲାଗିଯାଇଥିଲା। ପରେ ଦମକଳ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ।