scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦେଶର ପ୍ରଥମ ବଜେଟର କାହାଣୀ…କ’ଣ କହିଥିଲେ ତତ୍କାଳୀନ ଅର୍ଥମନ୍ତ୍ରୀ, କେଉଁ ସ୍ଥିତିରେ ଥିଲା ଭାରତ ?

10/01/2023 at 10:26 PM

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବ୍ରୁଆରୀ ୧ରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ । ଏହା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଏଥିରେ କେନ୍ଦ୍ର ସରକାର ଆସନ୍ତା ଆର୍ଥିକ ବର୍ଷର ଆୟ ଏବଂ ବ୍ୟୟ ବିଷୟରେ କହିବେ । ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିସାରିଛି । ପ୍ରତି ବଜେଟ୍ ସହ ଦେଶ ଆଗକୁ ବଢିବାରେ ଲାଗିଛି । ୧୯୪୭ ମସିହା ନଭେମ୍ୱର ୨୬ରୁ ଆରମ୍ଭ ହୋଇଥିବା ଯାତ୍ରା ଆଗକୁ ବଢି ବଢି ଚାଲିଛି । ଭାରତର ପ୍ରଥମ କେନ୍ଦ୍ରୀୟ ବଜେଟ୍ ଏହି ଦିନ ଆଗତ କରାଯାଇଥିଲା । ତତ୍କାଳୀନ ଅର୍ଥମନ୍ତ୍ରୀ ଆରକେ ଶାଣମୁଖମ ଚେଟ୍ଟୀ ଦେଶର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ । ବଜେଟ୍ ଜରିଆରେ ସରକାରରେ ସରକାରଙ୍କୁ ଭବିଷ୍ୟତର ରୋଡ୍ ମ୍ୟାପ ପ୍ରସ୍ତୁତ କରିବାର ଥିଲା ।

ସ୍ୱାଧୀନ ଭାରତର ପ୍ରଥମ କେନ୍ଦ୍ରୀୟ ବଜେଟ୍ ଆଗତ କରିବାର ଶ୍ରେୟ ଶଣମୁଖମଙ୍କ ଚେଟ୍ଟୀଙ୍କୁ ଦିଆଯାଉଛି । ସ୍ୱାଧୀନତା ମିଳିବାର ପ୍ରାୟ ତିନି ମାସ ପରେ ୧୯୭୪ ନଭେମ୍ୱର ୨୬ରେ ଏହାକୁ ଆଗତ କରାଯାଇଥିଲା । ବଜେଟ୍ ଉପସ୍ଥାପନ କରି ତତ୍କାଳୀନ ଅର୍ଥମନ୍ତ୍ରୀ କହିଥିଲେ ଯେ, ‘ମୁଁ ସ୍ୱାଧୀନ ଭାରତର ପ୍ରଥମ ବଜେଟ୍ ଆଗତ କରିବା ପାଇଁ ଠିଆ ହୋଇଛି । ଏହାକୁ ଐତିହାସିକ ମୂହୂର୍ତ୍ତ କୁହାଯାଇପାରେ’। ସେହି ସମୟରେ ଏହି ବଜେଟ୍ ଆଗତ କରିବାକୁ ନେଇ ସେ ନିଜକୁ ଭାଗ୍ୟବାନ ବୋଲି କହିଥିଲେ ।

ବଜେଟ୍ ଉପସ୍ଥାପନ କରିବା ପରେ ସେ ଅଲ ଇଣ୍ଡିଆ ରେଡିଓରେ ମଧ୍ୟରେ ଏହାକୁ ଶୁଣାଇଥିଲେ । ଏହି ବଜେଟ୍ ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ସେ ପର୍ଯ୍ୟନ୍ତ ପାକିସ୍ତାନର ରିଜର୍ଭ ବ୍ୟାଙ୍କ ଅସ୍ତିତ୍ୱକୁ ଆସି ନଥିଲା । ୧୯୪୮ ଯାଏ ଭାରତ ଏବଂ ପାକିସ୍ତାନର କରେନ୍ସି ସିଷ୍ଟମ ଏକ ରହିବ ବୋଲି ଦୁଇ ଦେଶ ରାଜି ହୋଇଥିଲେ ।

ସ୍ୱାଧୀନତା ସମୟରେ ଭାରତୀୟ ଅର୍ଥବ୍ୟବସ୍ଥା ମାତ୍ର ୨.୭ ଲକ୍ଷ କୋଟି ଟଙ୍କାର ଥିଲା । ଏହା ଦୁନିଆର ଜିଡିପିର ତିନି ପ୍ରତିଶତରୁ ମଧ୍ୟ କମ ଥିଲା । ସ୍ୱାଧୀନତାର ୭୫ ବର୍ଷ ପରେ ଦେଶର ଜିଡିପି ପ୍ରାୟ ୫୫ ଗୁଣା ବଢି ସାରିଛି । ଦୁନିଆର ଜିଡିପିରେ ୨୦୨୪ ସୁଦ୍ଧା ଭାରତର ଭାଗିଦାରୀ ୧୦ ପ୍ରତିଶତରୁ ଅଧିକ ରହିବା ନେଇ ଅନୁମାନ କରାଯାଉଛି ।

ଦେଶର ପ୍ରଥମ ବଜେଟରେ ୧୭୧.୧୫ କୋଟି ଟଙ୍କାର ମୋଟ ରେଭେନ୍ୟୁର ଅନୁମାନ କରାଯାଇଥିଲା । ୧୯୭.୨୯ କୋଟି ଟଙ୍କାର ଖର୍ଚ୍ଚ ନେଇ ଅନୁମାନ କରାଯାଇଥିଲା । ସେହି ସମୟରେ ଆର୍ଥିକ ନିଅଣ୍ଟ ୨୬.୨୪ କୋଟି ଟଙ୍କା ରହିଥିଲା । ପ୍ରାୟ ୯୨.୭୪ କୋଟି ଟଙ୍କାର ବଜେଟ୍ ଡିଫେନ୍ସ ସର୍ଭିସ ପାଇଁ ଆବଣ୍ଟିତ କରାଯାଇଥିଲା ।   

   Related Posts