ମୁମ୍ବାଇ: ଟାଇଗର-୩ର ସଫଳତା ପରେ ସଲମାନ ଖାନ୍ଙ୍କ ଖୁସି କହିଲେ ନ ସରେ। ଫିଲ୍ମଟି ବକ୍ସ ଅଫିସ୍ରେ ଜବରଦସ୍ତ ଆୟ କରୁଛି। ଟାଇଗର-୩ ମାତ୍ର ଦୁଇ ଦିନରେ ୧୦୦ କୋଟି ଆୟ କରିଥିବା ବେଳେ ୪ ଦିନରେ ଫିଲ୍ମ ୧୬୯.୬୦ କୋଟି ଆୟ କରିସାରିଲାଣି। ଏବେ ବି ସିନେମା ହଲ୍ରେ ଚହଳ ପକାଉଛି।
ଏହି ସଫଳତା ସହ ବଲିଉଡ୍ର ଦବଙ୍ଗ ଖାନ୍ ଏକ ନୂଆ ରେକର୍ଡ କରିଛନ୍ତି। ହିନ୍ଦୀ ସିନେମାରେ ଲେଖିଛନ୍ତି ନୂଆ ଇତିହାସ। କାରଣ ଟାଇଗର-୩ ସଲମାନ ଖାନ୍ଙ୍କ ୧୭ ତମ ଫିଲ୍ମ ଭାବରେ ୧୦୦ କୋଟି କ୍ଲବ୍ରେ ସାମିଲ୍ ହୋଇଛି। ଏହା ପୂର୍ବରୁ କୌଣସି ବଲିଉଡ୍ ଷ୍ଟାରଙ୍କର ଏତେ ସଂଖ୍ୟକ ଫିଲ୍ମ ବକ୍ସ ଅଫିସ୍ରେ ୧୦୦ କୋଟି ଆୟ କରିପାରି ନାହିଁ।
{"id":870708,"width":837,"height":709,"sizeSlug":"full","linkDestination":"none"}ସଲମାନଙ୍କ ଫିଲ୍ମ ଓ ବକ୍ସ ଅଫିସ୍ କଲେକ୍ସନ
ଟାଇଗର-୩ ପୂର୍ବରୁ ସଲମାନ ଖାନ୍ଙ୍କ ଫିଲ୍ମ ଦବଙ୍ଗ ୧୩୮.୮୮ କୋଟି, ରେଡୀ-୧୧୯.୭୮ କୋଟି, ବଡି ଗାର୍ଡ-୧୪୮.୮୬ କୋଟି, ଏକ ଥା ଟାଇଗର- ୧୯୮.୭୮ କୋଟି, ଦବଙ୍ଗ ୨- ୧୫୫ କୋଟି, ଜୟ ହୋ- ୧୧୬ କୋଟି, କିକ୍-୨୩୧.୮୫ କୋଟି, ବଜରଙ୍ଗୀ ଭାଇଜାନ-୩୨୦.୩୪ କୋଟି, ପ୍ରେମ ରତନ ଧନ ପାୟୋ-୨୧୦.୧୬ କୋଟି, ସୁଲତାନ-୩୦୦.୪୫ କୋଟି, ଟ୍ୟୁବଲାଇଟ୍-୧୧୯.୨୬ କୋଟି ଆୟ କରିଥିଲା।
ଏହା ବାଦ ଟାଇଗର ଜିନ୍ଦା ହୈ- ୩୩୯.୧୬ କୋଟି, ରେସ୍ ୩- ୧୬୬.୪୦ କୋଟି, ଭାରତ-୨୧୧.୦୭ କୋଟି, ଦବଙ୍ଗ୩-୧୪୬.୪୦ କୋଟି, କିସି କା ଭାଇ କିସି କି ଜାନ-୧୧୦.୫୩ କୋଟି କରିଥିଲା।
{"width":840,"height":472}ସଲମାନଙ୍କ ପରେ ଦ୍ୱିତୀୟରେ ଅକ୍ଷୟ
ବକ୍ସ ଅଫିସ୍ରେ ୧୦୦ କୋଟି ଆୟ କରିଥିବା ସର୍ବାଧିକ ଫିଲ୍ମ ତାଲିକାରେ ସଲମାନ ଖାନ୍ଙ୍କ ପରେ ଅକ୍ଷୟ କୁମାରଙ୍କ ଫିଲ୍ମ ରହିଛି। ଅକ୍ଷୟଙ୍କର ୧୬ଟି ଫିଲ୍ମ ବକ୍ସ ଅଫିସ୍ରେ ୧୦୦ କୋଟିରୁ ଅଧିକ ଆୟ କରିବାରେ ସକ୍ଷମ ହୋଇଛି। ନିକଟରେ ଅକ୍ଷୟଙ୍କର ଓମ୍ଜି-୨ ଫିଲ୍ମଟି ୨୨୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା।
{"width":838,"height":471}ପଢ଼ନ୍ତୁ-ରାଜନୀତି ଜଗତରେ ଏଣ୍ଟ୍ରି କରିବେ ମାଧୁରୀ ? ଏହି ପାର୍ଟିରୁ ଲଢିବେ ଲୋକସଭା ନିର୍ବାଚନ