‘ପ୍ରଥମେ ଆଲ୍ଲା ପରେ ଆପଣ’; NDRF ଯବନାଙ୍କୁ ଭଗବାନଙ୍କ ଦୂତ କହିଲେ ତୁର୍କୀ ଭୂମିକମ୍ପ ପ୍ରଭାବିତ

Published By : Prameya-News7 Bureau | February 21, 2023 IST

ନୂଆଦିଲ୍ଲୀ: NDRF ଆଲ୍ଲାଙ୍କ ଦୂତ । ବିପଦ ସମୟରେ ପାହାଡ଼ ପରି ଛିଡ଼ା ହୋଇଛନ୍ତି ଭାରତୀୟ ସେନା । ପ୍ରଥମେ ଆଲ୍ଲା ପରେ ଏନଡିଆରଏଫ । ଭଗବାନଙ୍କ ଦୂତ ସାଜି ଜୀବନ ବଞ୍ଚାଇଛନ୍ତି ଏମାନେ । ତୁର୍କୀ ଓ ସିରିଆରେ ଶକ୍ତିଶାଳୀ ଭୂମିକମ୍ପ ପରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଭାରତୀୟ ଯବାନଙ୍କୁ ଆଲ୍ଲାଙ୍କ ଦୂତ କହି ସମ୍ବୋଧିତ କରିଛନ୍ତି ତୁର୍କୀ ନାଗରିକ । ତୁର୍କୀ ଭୂମିକମ୍ପ ପରେ ଅପରେସନ ଦୋସ୍ତ ଚଳାଇଥିବା ଭାରତୀୟ ସେନା ଏଭଳି କିଛି କହି ଆଶୀର୍ବାଦ ଦେଇଛନ୍ତି ତୁର୍କୀ ବାସିନ୍ଦା।

ଅପରେସନ ଦୋସ୍ତ ସାରି ସ୍ବଦେଶ ଫେରିଥିବା ବଖାଣିଛନ୍ତି ତୁର୍କୀବାସୀଙ୍କ ହୃଦୟର କଥା । ଏନଡିଆରଏଫର ଜଣେ ଯବାନ କହିଛନ୍ତି, ତୁର୍କୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଜଣେ ଭୂମିକମ୍ପ ଆହତଙ୍କ ପରିବାର ଲୋକ ତାଙ୍କ ହାତକୁ ଟାଣି ନେଇ କିସ୍ କରିଥିଲେ ଏବଂ ପଚାରିଥିଲା ଏହାର ମାନେ କ’ଣ ବୁଝୁଛ । ଏହାକୁ ଯବାନ ଜଣଙ୍କ ଭଲ ପାଇବା ବୋଲି କହିଥିଲା । ହେଲେ ପୀଡ଼ିତଙ୍କ ପରିବାର ଲୋକ କହିଥିଲେ ଏହାର ମାନେ, ଆପଣ ଆମ ପିତା ସଦୃଶ । ମୁଁ ଏଇ ପିଢୀର ଯୁବକ, ଆସନ୍ତା ପିଢୀ ମଧ୍ୟ ଆପଣଙ୍କ ସହାଯ୍ୟକୁ ମନେ ରଖିବ ।   

ସେହିପରି ଜଣେ ମହିଳା ଅଧିକାରୀ ମଧ୍ୟ ତୁର୍କୀ ପ୍ରଭାବିତଙ୍କ ହୃଦୟର କଥା ବଖାଣିଛନ୍ତି । ସେ କହିଛନ୍ତି, ତୁର୍କୀର ଜଣେ ମହିଳା ଏନଡିଆରଏଫ ଟିମକୁ ଆଲ୍ଲାଙ୍କ ଦୂତ କହି ସମ୍ବୋଧିତ କରିଛନ୍ତି । ପ୍ରଥମେ ଆଲ୍ଲା ଓ ଦ୍ବିତୀୟରେ ଆପଣମାନେ ରହିବେ । ସେହିପରି ଡଗ୍ ସ୍କ୍ବାର୍ଡକୁ ମଧ୍ୟ ପ୍ରଶଂସା କରିଛନ୍ତି ତୁର୍କୀ ବାସିନ୍ଦା । ସେହିପରି ଅନ୍ୟଜଣେ କହିଛନ୍ତି, ଅପରେସନ ସମୟରେ ୧୦୪ ଘଣ୍ଟା ପରେ ଜଣଙ୍କୁ ମାଟି ତଳୁ ଉଦ୍ଧାର କରିିଥିଲା ଏନଡିଆରଏଫ ଟିମ୍। ଏହାକୁ ନେଇ ବହୁତ ତାଳି ମଧ୍ୟ ପଡ଼ିଥିଲା । ସ୍ବଦେଶ ଫେରିବା ସମୟରେ ତୁର୍କୀବାସୀଙ୍କ ଆଖିରେ ବିଦାୟର ଲୁହ ମଧ୍ୟ ଆମେ ଦେଖିଛୁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତୀୟ ଯବାନ ଯେତେବେଳେ ତୁର୍କୀରେ ତ୍ରିରଙ୍ଗା ଉଡ଼ାଇଥିବା, ଲୋକଙ୍କ ମଧ୍ୟ ରାହା ପସିଥିଲା, ଏବେ ଜୀବନ ବଞ୍ଚିବ । ଯବାନଙ୍କ ଏହି କାରନାମା ପରେ  ଭାରତୀୟ ସେନାର ଭୂରି ଭୂରି ପ୍ରଶଂସା କରୁଛି ପୂରା ବିଶ୍ବ ।  

wp:html /wp:html

ତୁର୍କୀ ଓ ସିରିଆ ଶକ୍ତିଶାଳୀ ଭୂମିକମ୍ପ ପରେ ଅପରେସନ ‘ଦୋସ୍ତ’ଆରମ୍ଭ କରିଥିଲା ଭାରତୀୟ ସେନା । ଏନଡିଆରଏଫ ଟିମ୍ ତୁର୍କୀ ଓ ସିରିଆରେ ଧ୍ବଂସାବଶେଷ ତଳୁ ଜୀବନ ବଞ୍ଚାଉଥିଲା । ହାତେ ଅଞ୍ଚଳରେ ଅସ୍ଥାୟୀ ହସ୍ପିଟାଲ ବସାଇ ପୀଡ଼ିତଙ୍କୁ ଚିକିତ୍ସା ଯୋଗାଇ ଦେଇଥିଲେ । ଲିଭି ଯାଉଥିବା ଜୀବନ ଦୀପରେ ସଞ୍ଜୀବନୀ ଭରୁଥିଲେ । ଯାହାକୁ ନେଇ ଆହ୍ଲାଙ୍କ ପରେ ଭାରତକୁ ସ୍ଥାନ ଦେଇଛନ୍ତି ତୁର୍କୀ ଓ ସିରିଆ ବାସିନ୍ଦା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.