ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ନୂଆ ବର୍ଷର ପ୍ରଥମ ୩ ମାସ ଏହି ୭ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଆସିବ ପରିବର୍ତ୍ତନ…

28/12/2019 at 7:39 AM

ଜ୍ୟୋତିଷଶାସ୍ତ୍ର ଅନୁସାରେ ୨୦୨୦ ମସିହାର ପ୍ରଥମ ୩ ମାସ ପର୍ଯ୍ୟନ୍ତ ଏହି ୭ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ ଆସିବ। ୨୦୨୦ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ ଦେଖାଯିବ। ବିଶେଷ କରି ଛାତ୍ରଛାତ୍ରୀମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅର୍ଜନ କରିବେ। ବିବାହିତ ଲୋକମାନଙ୍କର ବୈବାହିକ ଜୀବନ ସୁଖମୟ ହେବ।

ମେଷ ରାଶି: ମେଷ ରାଶିର ବ୍ୟକ୍ତିମାନେ ବ୍ୟବସାୟରେ ଲାଭବାନ ହେବେ। ଅଧାରେ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଯେତେ ବାଧା ବିଘ୍ନ ଆସିଲେ ବି କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପାରିବାରିକ, ବାଣିଜ୍ୟ, ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ।

ବୃଷ ରାଶି: ୨୦୨୦ ମସିହାର ପ୍ରଥମ ୩ ମାସ ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ବହୁତ ଭଲ ରହିଛି। ଦାମ୍ପତ୍ୟ ଜୀବନ ଖୁସିରେ ଅତିବାହିତ କରିବେ। ଏହି ତିନି ମାସ ଧର୍ମ କ୍ଷେତ୍ରରେ ମନ ନିବେଶ କଲେ ଭଗବାନଙ୍କ ଆର୍ଶୀବାଦ ଆପଣଙ୍କ ଉପରେ ରହିବ। ପାରିବାରିକ ସମସ୍ୟା, ବାଣିଜ୍ୟ ଓ ଚାକିରି କ୍ଷେତ୍ରରେ ସଫଳତା ପାଇବେ। ନୂଆ ଘର ନିର୍ମାଣ କରିବାର ଯୋଗ ରହିଛି।

ମିଥୁନ ରାଶି: ୨୦୨୦ ମସିହାର ପ୍ରଥମ ତିନିମାସ ମିଥୁନ ରାଶିର ବ୍ୟକ୍ତିଙ୍କ ଅତ୍ୟନ୍ତ ଭଲ ରହିଛି। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ସନ୍ତାନ ପ୍ରାପ୍ତି ଯୋଗ ରହିଛି। ପ୍ରତ୍ୟେକ ଦିନ ଗୋ ମାତାକୁ କିଛି କିଛି ଖାଦ୍ୟ ଦିଅନ୍ତୁ। ନୂଆ ବର୍ଷର ପ୍ରଥମ ତିନି ମାସ ଆପଣଙ୍କର ଭଲରେ ଭଲରେ କଟିବ।

କର୍କଟ ରାଶି: କର୍କଟ ରାଶିରେ ମଙ୍ଗଳ ପଞ୍ଚମ ସ୍ଥାନରେ ପ୍ରବେଶ କରିବେ। କର୍କଟ ରାଶିର ଲୋକଙ୍କର ସମସ୍ତ ଅସଫଳ କାମ ସଫଳତା ସହ ପୂର୍ଣ୍ଣ ହେବ। ପାରିବାରିକ ଜୀବନରେ ଖୁସି ଆସିବ। ବ୍ୟବସାୟ ଆରମ୍ଭ କରିବାକୁ ଏହା ଉଚିତ ସମୟ ନୁହେଁ। ଚାକିରି ବଦଳିଲେ ସଫଳତା ମିଳିବ।

ସିଂହ: ୨୦୨୦ ମସିହାର ପ୍ରଥମ ତିନିମାସ ସିଂହ ରାଶିର ବ୍ୟକ୍ତିମାନେ ଆନନ୍ଦ ଉଲ୍ଲାସରେ ଜୀବନ ଅତିବାହିତ କରିବେ। ଧାର କରଜ ସୁଝିବେ। ପିଲାମାନଙ୍କ ଭବିଷ୍ୟତ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ।  ସାମାଜିକ ଜୀବନ ଉଜ୍ଜ୍ବଳ କରିବା ପାଇଁ ପୁରୁଣା ସାଙ୍ଗସାଥୀଙ୍କ ସହଯୋଗ ମିଳିବ।

କନ୍ୟା ରାଶି: ୨୦୨୦ ମସିହାର ପ୍ରଥମ ତିନିମାସ କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଭଲ ରହିଛି। ମଙ୍ଗଳ ତୃତୀୟ ସ୍ଥାନରେ ପ୍ରବେଶ କରିବେ । ଫଳରେ ଏହି ରାଶିର ଲୋକଙ୍କୁ ସୁସମ୍ବାଦ ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ବ୍ୟବସାୟରେ ସଫଳତା ମିଳିପାରେ। କାର୍ଯ୍ୟସ୍ଥାନରେ ଅଧିକାରୀଙ୍କ ତରଫରୁ ଲାଭ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ବିଛା ରାଶି: ବିଛା ରାଶିରେ ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ଭଲ ରହିଛି। କୌଣସି ନିଷ୍ପତ୍ତି ତରବରିଆ ନିଅନ୍ତୁ ନାହିଁ। ଦାମ୍ପତ୍ୟ ଓ ଦାମ୍ପତ୍ୟ ଜୀବନ ଖୁସିରେ ଅତିବାହିତ କରିବେ। କର୍ମକ୍ଷେତ୍ରରେ ସଫଳତା ପାଇବେ।  ଏହି ରାଶିର ଲୋକଙ୍କୁ ଅନେକ ଲାଭ ହେବ। ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜରେ ଭଲ ପ୍ରଦର୍ଶନ କରିବେ। ପରିବାରରେ ସୁଖ, ଶାନ୍ତି ସମୃଦ୍ଧିର ପରିବେଶ ରହିବ। ମାନ ସମ୍ମାନରେ ବୃଦ୍ଧି ହେବ।ଏହା ସହ ସାମାଜିକ କାର୍ଯ୍ୟକ୍ଷେତ୍ରରେ ଭାଗ ନେଇପାରନ୍ତି।

   Related Posts