ପ୍ରାଥମିକ ସ୍କୁଲ ଛାତ୍ରଙ୍କ ମଧ୍ୟରେ ‘ଗ୍ୟାଙ୍ଗୱାର’, ଦ୍ୱିତୀୟ ଶ୍ରେଣୀ ଛାତ୍ର ମୃତ, ପୋଲିସ ତଦନ୍ତ ଆରମ୍ଭ

Published By : Prameya-News7 Bureau | December 13, 2022 IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଫିରୋଜାବାଦରେ ପ୍ରାଥମିକ ସ୍କୁଲରେ ଏକ ହୃଦୟବିଦାରକ ଘଟଣା ଘଟିଛି । ଏଠାରେ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀଙ୍କ ଛାତ୍ରଙ୍କ ମଧ୍ୟ ମାରପିଟ୍ ହୋଇଥିଲା । ଏହି ସମୟରେ ଦ୍ୱିତୀୟ ଶ୍ରେଣୀର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଏହି ହିଂସକ ସଂଘର୍ଷ ସମସ୍ତଙ୍କୁ ଚକିତ କରାଇଛି । ମୃତ ଛାତ୍ରଙ୍କ ପରିବାର ଲୋକେ ସ୍କୁଲ ବାହାରେ ଶିଶୁର ମୃତ ଶରୀର ରଖି ହଙ୍ଗାମା କରିଥିଲେ । ପୋଲିସ ଏବେ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

ଫିରୋଜାବାଦ ଜିଲ୍ଲା ଶିକୋହାବାଦର କିଶନପୁର ନିବାସୀ ବିରେନ୍ଦ୍ର ସିଂଙ୍କ ୧୦ ବର୍ଷର ପୁଅ ଶିଭମ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲେ । ସୋମବାର ଶିଭମ ସ୍କୁଲ ଯାଇଥିଲା । ମଧ୍ୟାହ୍ନ ଭୋଜନ ପରେ ସ୍କୁଲରେ ଝଗଡା ହୋଇଥିଲା । ଏହି ସମୟରେ କିଛି ଛାତ୍ର ଶିଭମକୁ ମାଡ ମାରିବା ସହ ତାର ଛାତି ଉପରେ ଡେଇଁଥିଲେ । ଏଥିରେ ତାର ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା । ଛାତ୍ରକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରର ମୃତ୍ୟୁ ହୋଇଥିଲା।

ଅନ୍ୟପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ଯାଦବ କହିଛନ୍ତି ଯେ ସୋମବାର ଖେଳିବା ବେଳେ ପିଲାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାକୁ ପରେ ସ୍କୁଲରେ ଶାନ୍ତ କରାଯାଇଥିଲା । କିନ୍ତୁ ସ୍କୁଲ ସରିବା ପରେ କଣ ହେଲା ତାହ ଜଣା ନାହିଁ । ପିଲାଟି ପୂର୍ବରୁ ହିଁ ଅସୁସ୍ଥ ଥିଲା । ସ୍କୁଲ ପକ୍ଷରୁ କୌଣସି ଅବହେଳା କରାଯାଇ ନାହିଁ। ପିଲାଙ୍କ ମଧ୍ୟରେ ଛୋଟିଆ ବିବାଦ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.