ଫିରିଙ୍ଗିଆ ଷ୍ଟେଟ ବ୍ୟାଙ୍କରେ ଲାଗିଲା ନିଆଁ, ବହୁ ଗୁରୁତ୍ୱପୁର୍ଣ କାଗଜ ପତ୍ର ପୋଡି ପାଉଁଶ
12/06/2023 at 5:07 PM

କନ୍ଧମାଳ ୧୧/୦୬: ଫିରିଙ୍ଗିଆ ଷ୍ଟେଟ ବ୍ୟାଙ୍କରେ ଲାଗିଲା ନିଆଁ । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି । ସୋମବାର ସକାଳୁ ସକାଳୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ କାଗଜ ପତ୍ର ଜଳିପୋଡି ପାଉଁଶ ହୋଇଯାଇଛି ।

ସୂଚନାଥାଉକି, ଗତ ଛଅ ମାସ ତଳେ ବଜାର ମଧ୍ୟରେ ଥିବା ଏହି ଶାଖାଟିକୁ ସ୍ଥାନାନ୍ତର କରାଯାଇ ନୂତନ ଭାବରେ ସ୍ଥାପନ କରାଯାଇଥିଲା । ଶାଖାଟି ଏକ ଭଡା ଘରେ ଚାଲିଥିବା ବେଳେ ଶନିବାର ଓ ରବିବାର ବ୍ୟାଙ୍କ ଛୁଟିଥିଲା । ବ୍ୟାଙ୍କର ରେକର୍ଡ ରୁମ୍ରେ ଥିବା ଏସି କୁ ବନ୍ଦ କରିବା ପାଇଁ କର୍ମଚାରୀ ଭୁଲି ଯାଇ ବ୍ୟାଙ୍କ ବନ୍ଦ କରି ଚାଲିଯାଇଥିଲେ ।
ସୋମବାର ସକାଳୁ ସ୍ଥାନୀୟ ଲୋକେ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ପରେ ସ୍ଥାନୀୟ ଲୋକେ ଫିରିଙ୍ଗିଆ ଅଗ୍ନିଶମ ବାହିନୀଙ୍କୁ ଖବର ଦେବାରୁ ଫିରିଙ୍ଗିଆ ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟ ରୁ ଅଗ୍ନିଶମ ବାହିନୀ ପହଂଚି ନିଆକୁ ଆୟତ୍ତ କରିଥିଲେ । ତେବେ ବ୍ୟାଙ୍କର ରେକର୍ଡ ରୁମରେ ଲାଗିଥିବା ଏସି ରୁ ସର୍ଟ ସର୍କିଟ ହୋଇ ରେକର୍ଡ ରୁମରେ ଥିବା କାଗଜପତ୍ର ରେ ନିଆଁ ଲାଗି ଯାଇଥିଲା । ସେପଟେ ନିଆଁ ଲାଗିଵା ପଛରେ ବ୍ୟାଙ୍କ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ଘଟଣା ସ୍ଥଳରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
you can also read