ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ମୁଖ୍ୟ ଅଭିଯୁକ୍ତ ବିଶ୍ଵ ରଞ୍ଜନ କହଁର ଗିରଫ
13/08/2023 at 11:10 PM

ବାଲିଗୁଡ଼ା: ଫିରିଙ୍ଗିଆ ଥାନା ପୋଡ଼ିବା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ। ଗିରଫ ସଂଖ୍ୟା ୨୪ରେ ପହଞ୍ଚିଛି। ଗିରଫ ଯୁବକ ହେଉଛନ୍ତି ପୂର୍ବତନ ସରପଞ୍ଚ ବିଶ୍ୱରଂଜନ କହଁର (ବାପି)। ପୋଲିସ ତାଙ୍କୁ ନୟାଗଡ ସହରରୁ ଗିରଫ କରିଥିବା ଜଣାପଡିଛି। ବିଶ୍ଵ ରଞ୍ଜନ କହଁରଙ୍କୁ ମିଶାଇ ଏହି ମାମଲାରେ ଏଯାବତ୍ ଗିରଫ ସଂଖ୍ୟା ୨୪ ରେ ପହଞ୍ଚିଛି । ପୂର୍ବରୁ ସେ ଫିରିଙ୍ଗିଆ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ ବୋଲି ଜଣାପଡ଼ିଛି।
ଅଧିକ ପଢନ୍ତୁ- ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ସ୍ପଷ୍ଟ କଲେ ଡିସିପି, କହିଲେ ସବୁ ଦିଗରୁ ଚାଲିଛି ତଦନ୍ତ
ଏହା ପୂର୍ବରୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ବଦଳି ହୋଇଥିବା ଆଇଆଇସି ତପନ ନାହାକ ସସ୍ପେଣ୍ଡ ହୋଇଛନ୍ତି। ତପନଙ୍କୁ ସସ୍ପେଣ୍ଡ କରିଥିଲେ ପୋଲିସ ଡିଜି ସୁନୀଲ ବନସଲ। ହିଂସାକାଣ୍ଡ ବେଳେ ସେ ଥାନା ଛାଡ଼ି ପଳାଇଥିଲେ। ଏଣୁ ଆଇଆଇସି ଦାୟିତ୍ୱରେ ଅବହେଳା ପାଇଁ ତାଙ୍କୁ ସସ୍ପେଣ୍ଡ କରାଯାଇଛି। ଏହା ପୂର୍ବରୁ ତପନଙ୍କୁ କନ୍ଧମାଳ ଜିଲ୍ଲା ଏସ୍ପି ଅଫିସ୍କୁ ବଦଳି କରାଯାଇଥିଲା।

ସୂଚନାଯୋଗ୍ୟ, ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ସହଯୋଗ କରିବା ଓ ଫିରିଙ୍ଗିଆ ଥାନା ଅଧିକାରୀ ସମେତ ଅନ୍ୟ ପୋଲିସ କର୍ମଚାରୀଙ୍କ ସଂପୃକ୍ତି ଥିବା ଅଭିଯୋଗରେ ଅଗଷ୍ଟ ୫ ତାରିଖରେ ଶତାଧିକ ଉତ୍ୟକ୍ତ ଲୋକେ ଶନିବାର ଅପରାହ୍ନରେ ଫିରିଙ୍ଗିଆ ଥାନା ଜାଳିଦେବା ସହ ପୋଲିସ ଉପରକୁ ପଥର ମାଡ କରିଥିଲେ। ଥାନାର କମ୍ପ୍ୟୁଟର ସମେତ କାଗଜପତ୍ର ,ଆସବାବପତ୍ର, ଗାଡି ଆଦି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।ପୋଲିସ ଉତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ବ୍ଲାଙ୍କ ଫାଇରିଙ୍ଗ କରିଥିଲା । ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିଲା।