scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫିରିଙ୍ଗିଆ ଥାନା ପୋଡି ମାମଲା, ଗିରଫ ସଂଖ୍ୟା ୧୯ କୁ ବୃଦ୍ଧି

6/08/2023 at 10:38 PM

ଫୁଲବାଣୀ: ଫିରିଙ୍ଗିଆ ଥାନା ପୋଡି ଓ ପୋଲିସକୁ ଆକ୍ରମଣ  ମାମଲାରେ ଆଜି ପୋଲିସ  ୧୯ ଜଣ ଙ୍କୁ ଗିରଫ କରି  କୋର୍ଟ ଚାଲାଣ କରିଛି । ଗତକାଲି ଫିରିଙ୍ଗିଆ ଥାନା ପୋଡି  ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଅଟକ ରଖିଥିଲା। ଆଜି ସମସ୍ତଙ୍କ ବିରୋଧରେ ଚାର୍ଜସିଟ ପ୍ରସ୍ତୁତ କରି କୋର୍ଟରେ ହାଜର କରିବା ପରେ ଜେଲକୁ ପଠା ଯାଇଛି । ଏହି ମାମଲାରେ ଆଉ କିଏ  ସଂପୃକ୍ତ ଥିଲେ ସେମାନଙ୍କ ତାଲିକା ପ୍ରସ୍ତୁତ କରି ପର୍ଯ୍ୟାୟ କ୍ରମେ ଗିରଫ କରିବ ବୋଲି ଜଣାପଡିଛି।  ଏହା ପୂର୍ବରୁ ଆଜି ମାମଲା ରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କୁ ଫୁଲବାଣୀ ମୁଖ୍ୟ କାର୍ଯ୍ୟାଳୟ କୁ ବଦଳି କରାଯାଇ ଥିବା ବେଳେ  ଦୁଇଜଣ  ହୋମଗାର୍ଡ଼କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି।

Also read- ଥାନାରେ ପଶି ଆକ୍ରମଣ, ଫୁଲବାଣୀ ଏସଡିପିଓଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ଉତ୍ତ୍ୟକ୍ତ ଲୋକ

ଶନିବାର ଶତାଧିକ  ଲୋକେ ଫିରିଙ୍ଗିଆ ଥାନା ଅଧିକାରୀ ଓ କିଛି ପୋଲିସ କର୍ମଚାରୀ ଗଞ୍ଜେଇ ଚୋରା ଚାଲାଣରେ ଲିପ୍ତ ଥିବା ଅଭିଯୋଗ କରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତା ଅବରୋଧ କରି ଧାରଣା ଦେଇଥିଲ। ତେବେ ପୋଲିସ ଉଚ୍ଚ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଉତ୍ତ୍ୟକ୍ତ ଲୋକେ ଥାନା ଜାଳି ଦେବା ସହ ପୋଲିସ ଉପରକୁ ଟେକା ପଥର ମାଡ କରିବା ସହ ଗୋଡେଇ ଗୋଡେଇ ପିଟିଥିଲେ । ଆକ୍ରମଣରେ ପୋଲିସ ସଦର ଏସଡିପିଓ ସମେତ କିଛି ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହି ମାମଲାରେ ଏଯାବତ ୧୯ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ ମଧ୍ୟ କରାଯାଇଥିବା ନେଇ କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର  କହିଛନ୍ତି ।

ତେବେ ଗତକାଲି ର ଥାନା ପୋଡି  ଘଟଣା ପରେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଘଟଣା ର ଅନୁଧ୍ୟାନ କରି ଫେରିଯାଇଛନ୍ତି।  ୧୪୪ ଧାରା ଜାରୀ ହୋଇ ଥିବା ବେଳେ ଆଜି ତାହା ପ୍ରତ୍ୟାହାର କରାଯାଇଛି, ତେବେ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ପୋଲିସ ମୃତୟନ ରହି ଘଟଣା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ସେହିପରି ଘଟଣା ପରଠୁ ଫିରିଙ୍ଗିଆ ରେ   ଦୋଳନ ବଜାର ସଂପୂର୍ଣ୍ଣ ବନ୍ଦ ରହିଛି । ଲୋକେ ଭୟଭୀତ ହୋଇ ପଡିଛନ୍ତି ଗିରଫ ଭୟରେ  ବାହାରକୁ ମଧ୍ୟ ବାହାରୁ ନାହାନ୍ତି।

ଅନ୍ୟ ପଟରେ ଦୋକାନ ବଜାର ଖୋଲିବା ପାଇଁ ଏସପି  ପରାମର୍ଶ ଦେଇଛନ୍ତି। ପୋଡିଯାଇଥିବା ଥାନାର ସଫା ସୁତୁରା କାର୍ଯ୍ୟ ଜାରୀ ରହିଥିବା ବେଳେ ଅସ୍ଥାୟୀ ଭାବେ ଟେଣ୍ଟ କରାଯାଇ କାମ ଆରମ୍ଭ ହୋଇଛି । କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି । ଏପରି ସ୍ଥଳେ ପୋଲିସ ଲୋକଙ୍କୁ କିଭଳି ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବ ସମୟ କହିବ ।

   Related Posts