ତୁରୁମୁଙ୍ଗା ଅଞ୍ଚଳରେ ଗୁଳିମାଡ଼, ଯୁବକ ମୃତ, ପରିଚୟ ଖୋଜୁଛି ପୋଲିସ୍
12/09/2022 at 8:06 PM

ପାଟଣା, ୧୨/୦୯: ପାଟଣାରେ ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ତାଙ୍କର ପ୍ରକୃତ ପରିଚୟ ମିଳିପାରିନାହିଁ । ତୁରୁମୁଙ୍ଗା ଥାନା ଅଞ୍ଚଳରେ ଏହି ଗୁଳିମାଡ଼ ହୋଇଥିବା ସୂଚନା ମିଳିିଛି । ମୃତ ଯୁବକଙ୍କ କାନ୍ଧରେ ଗୁଳି ବାଜିଛି । ଗୁଳିମାଡ଼ ପରେ ତାଙ୍କୁ ଡାକ୍ତରଖାନା ନିଆଯାଉଥିଲା । ହେଲେ ମେଡ଼ିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି । ଭଣ୍ଡା ମେଡ଼ିକାଲରେ ଡାକ୍ତର ତାଙ୍କୁ ରିସିଭ ଡେଥ ଘୋଷଣା କରିଥିବା ବେଳେ ବାରିଆ ଓ ତୁରୁମୁଙ୍ଗା ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।