ଫିରିଙ୍ଗିଆରେ ଗୁଳିକାଣ୍ଡ, ବୁଲାବୁଲି କରୁଥିବା ବେଳେ ଦୁଇଜଣଙ୍କୁ ଗୁଳିମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ

Published By : Prameya-News7 Bureau | August 22, 2022 IST

କନ୍ଧମାଳ, ୨୨/୦୮: କନ୍ଧମାଳ ଫିରିଙ୍ଗିଆରେ ଗୁଳି କାଣ୍ଡ । ଗୁଳି ମାଡ଼ରେ ଦୁଇ ଗୁରୁତର ହୋଇଥିବା ବେଳେ ଆହତ ଦୁଇଜଣ ପ୍ରଭାସିନୀ ସାହାଣୀ, ଓ ଶୋଭାଜନ ସାହାଣୀ ବୋଲି ଜଣାପଡ଼ିଛି । ଫିରିଙ୍ଗିଆ ଥାନା ନୂଆପଦର ପଂଚାୟତର ବିଲୁ ପଦର ଗ୍ରାମରେ ଘଟିଛି ଏହି ଗୁଳି କାଣ୍ଡ । ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ଅନ୍ୟପଟେ ଗୁଳିକାଣ୍ଡର କlରଣ ଜଣା ପଡ଼ିନଥିବା ବେଳେ ଘର ପାଖରେ ଦୁହେଁ ବୁଲାବୁଲି କରିବା ସମୟରେ କେତକ ଦୁର୍ବୃତ୍ତ ଅତର୍କିତ ଗୁଳି ମାଡ଼ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ଆହତ ଦୁଇଜଣଙ୍କୁ ପ୍ରଥମେ ଫିରିଙ୍ଗିଆ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ଥିବାରୁ ପରେ ଫୁଲବାଣୀ ସଦର ମହକୁମା ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି l ଫିରିଙ୍ଗିଆ ପୋଲିସ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.