ଅଶାନ୍ତ ରାଜଧାନୀର ରଘୁନାଥନଗର : ବୋମାମାଡ ଓ ପୋଲିସକୁ ଆକ୍ରମଣ ପରେ ଚାଲିଛି ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ
2/10/2018 at 5:43 PM

ଏବେବି ଡୁମୁଡୁମା ରଘୁନାଥନଗର ଅଶାନ୍ତ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସେପଟେ ରଘୁନାଥ ନଗର ଓ ସରକନ୍ତରାରେ ଶାନ୍ତି ଫେରାଇ ଆଣିବାକୁ ଆଖପାଖ ୬ ଖଣ୍ଡ ଗାଁର ଭଦ୍ରଲୋକ ଉଦ୍ୟମ ଆରମ୍ଭ କରିଛନ୍ତି ।
ଅଶାନ୍ତ ରାଜଧାନୀର ରଘୁନାଥନଗର । ସୋମବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ବୋମାମାଡ ଯୋଗୁଁ ଅଶାନ୍ତ ହୋଇ ଉଠିଛି ରଘୁନାଥ ନଗର ଅଞ୍ଚଳ ।ସେଠାରେ ୬ ପ୍ଲାଟୁନ୍ ଫୋର୍ସ ସହ ଏକ ପ୍ଲାଟୁନ୍ ଓଏସ୍ଏଫ୍ ଟିମ୍ , ଲୁହ ବୁହା ଗ୍ୟାସ୍ ଓ ବୁଲେଟ୍ ମାଡ ଗାଡି ସହ ସେଠାରେ ଉପସ୍ଥିତ ଅଛି । ଆଖପାଖ ଅଞ୍ଚଳର ବୁଦ୍ଧିଜୀବୀ ଓ ଭଦ୍ରଲୋକ ଘଟଣାକୁ ଆଗକୁ ନବଢାଇବା ସହ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ପୋଲିସ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛି ।
ସୋମବାର ସଂଧ୍ୟାରେ ସରକନ୍ତର
Related Posts
ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023