ଆତଙ୍କୀ ସେନା ମଧ୍ୟରେ ଗୁଳି ବିନିମୟ ;୨ ଆତଙ୍କବାଦୀ ନିହତ

Published By : Prameya-News7 Bureau | May 31, 2018 IST

ଜାମ୍ମୁ କାଶ୍ମୀର କୁପଓ୍ବାଡା ଜଙ୍ଗଲରେ ସୁରକ୍ଷା ବାହୀନି ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ । ବୁଧବାର ରାତି କୁପଓ୍ବାଡା ହଦଓ୍ବାଡା ଅଞ୍ଚଳର କାଜିଆବାଦ ଜଙ୍ଗଲରେ ସେନା ପୋଟ୍ରୋଲିଂ ଚାଲିଥିବାବେଳେ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ । ଏହାର ଜବାବାରେ ସେନା ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ୨ ଜଣ ଆତଙ୍କବାଦୀଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି ।ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କୁ ଜୋରଦାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.