୨ ଜଣ ଧାନ ବ୍ୟବସାୟୀଙ୍କୁ ଗୁଳିମାଡ଼ : ଗୁରୁତର
8/07/2019 at 8:54 AM

ମୟୁରଭଞ୍ଜ ୮/୭: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଲିଙ୍କ ରୋଡ଼ରେ ବ୍ୟବସାୟୀଙ୍କ ଉପରେ ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ଲିଙ୍କ ରୋଡ଼ର ଦୁଇ ଭାଇ ଗୁରୁତର ହୋଇଛନ୍ତି।ଗୁରୁତର ଦୁଇ ଭାଇ ହେଲେ ଦୟା ଶଙ୍କର ସାହୁ ଓ ଗୌରୀ ଶଙ୍କର ସାହୁ । ସେମାନଙ୍କୁ ରାଇରଙ୍ଗପୁର ହସ୍ପିଟାଲରୁ ଟାଟା ହସ୍ପିଟାଲକୁ ସ୍ଥାନାଂତର କରାଯାଇଛି ।

ସୂଚନା ଅନୁଯାୟୀ , ସକାଳ ୭.୩୦ ରେ ଧାନ ଗୋଡାଉନରେ ଥିବା ବେଳେ ୩ଜଣ ଦୁର୍ବୁତ୍ତ ଧାନ ବିକିବା ବାହାନାରେ ଆସି ଦୁଇ ଭାଇଙ୍କ ଉପରେ ଗୁଳି ଚଳାଇଥିଲେ । ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଦୁର୍ବୁତ୍ତ। ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ବାରିପଡ଼ାରୁ ସାଇଣ୍ଟିଫିକ ଟିମ ମଧ୍ୟ ଆସୁଥିବା ସୂଚନା ରହିଛି ।