ପାଟନା ୧୯/୭: ବିହାରର ଭାଗଲପୁର ଜିଲ୍ଲାରେ ସୋମାବାର ଜେଡିୟୁ ନେତା ମହମ୍ମଦ ଆରିଫଙ୍କ ଝିଅ କାଜଲଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। କାଜଲ ଗର୍ଭବତୀ ଥିବା ଜଣାପଡ଼ିଛି। ଘଟଣାଟି ବବରଗଞ୍ଜ ଥାନା ଅନ୍ତର୍ଗତ ମୋଗଲପୁରାରେ ଘଟିଛି।
ନେତାଙ୍କ ଘରେ ପଶି ଦୁର୍ବୃତ୍ତ ଆଖିବୁଜା ଗୁଳି ଚାଳନା କରିଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଏହା ସହ କାଜଲଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ପରିବାର ଲୋକ ଏହି ମାମଲାରେ ୬ ଜଣଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡ଼ିଛି ।