ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଭାରତୀୟ ସେନା, ସୀମାରେ ଫାୟାରିଂ କରୁଥିଲା ପାକିସ୍ତାନ

Published By : Prameya-News7 Bureau | December 26, 2019 IST

ଶ୍ରୀନଗର୨୬/୧୨: ଭାରତୀୟ ସେନାର ପାକିସ୍ତାନକୁ ମୁହଁତୋଡ ଜବାବ । ସୀମାରେ ପାକିସ୍ତାନ ପଟୁ ହେଉଥିବା ଫାଇରିଂର କଡା ଜବାବ ଦେଇଛନ୍ତି ଭାରତୀୟ ସେନା । କାଲି ରାତିରେ ଉରି ସେକ୍ଟରରେ ଭାରତୀୟ ସେନା ପାକିସ୍ତାନର କେତେକ ସେନା ପୋଷ୍ଟ ଉପରେ ଗୁଳିଗୋଳା ବର୍ଷ କରିଛି । ଏଥିରେ ପାକିସ୍ତାନର ୨ ଜଣ ରେଞ୍ଜରଙ୍କ ମୃତ୍ୟୁ ହୋଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ପାକିସ୍ତାନର ଅନେକ ସେନା ପୋଷ୍ଟ ବି ଧ୍ବସ୍ତ ବିଧ୍ବସ୍ତ ହୋଇଛି ।

ବୁଧବାର ସଂଧ୍ୟାରେ ଜାମ୍ମୁ କାଶ୍ମୀରରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପାକିସ୍ତାନ ସେନା ଭାରତୀୟ ପୋଷ୍ଟ ଉପରେ ମୋଟର ମାଡ ସହ ପ୍ରବଳ ଗୁଳିମାଡ କରିଥିଲା । ଯେଉଁଥିରେ ଭାରତୀୟ ସେନାର ଜଣେ ସୁବେଦାର ସହିଦ ହୋଇଥିଲେ । ସେହିଭଳି ଜଣେ ଭାରତୀୟ ମହିଳା ବି ଗୁରୁତର ହୋଇଛନ୍ତି ।  ଭାରତ ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି । ପାକିସ୍ତାନକୁ  ମୁହଁତୋଡ ଜବାବ ଦେଲେ ଭାରତୀୟ ସେନା। ପାକିସ୍ତାନର ୨ରେଞ୍ଜରଙ୍କ ମୃତ୍ୟୁ। ପାକିସ୍ତାନର ବହୁ ସେନା ପୋଷ୍ଟ ଧ୍ବସ୍ତ ବିଧ୍ବସ୍ତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.